fbpx

‘ଲକ୍ଷପତି ଦିଦି’ ସମ୍ମିଳନୀର ଶୁଭାରମ୍ଭ, ପିଏମ ମୋଦୀ ମହାରାଷ୍ଟ୍ରରେ ଶୁଭାରମ୍ଭ କରି କହିଲେ ଏହି କଥା

ନୂଆଦିଲ୍ଲୀ: ‘ଲକ୍ଷପତି ଦିଦି’ ସମ୍ମିଳନୀର ଶୁଭାରମ୍ଭର ହୋଇଛି। ଏହାକୁ ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି। ଏହି ସମ୍ମିଳନୀରେ ୧୧ ଲକ୍ଷ ମହିଳାଙ୍କୁ ମାନପତ୍ର ପଦାନ କରାଯାଇଛି। ତେବେ ମହାରାଷ୍ଟ୍ରରେ ଲକ୍ଷପତି ଦିଦିଙ୍କ ମହା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଠାରେ ସମ୍ମିଳନୀକୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାଷଣ ଦେଇ କହିଛନ୍ତି ଯେ, ଲକ୍ଷ ଲକ୍ଷ ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ବିଦେଶରେ ବି ମୁଁ ମହାରାଷ୍ଟ୍ରର ପ୍ରଶଂସା ଶୁଣିଛି। ମହାରାଷ୍ଟ୍ରର ସଂସ୍କୃତି, ମାତୃଶକ୍ତି ଦେଶକୁ ପ୍ରେରିତ କରିଛନ୍ତି। ବିକାଶରେ ମାତୃଶକ୍ତିର ଅବଦାନ ଅତୁଳନୀୟ। ମହିଳାଙ୍କୁ ଶିକ୍ଷିତ କରିବାକୁ ସାବୀତ୍ରାବାଇ ଆଗେଇ ଆସିଥିଲେ। ମହିଳାଙ୍କୁ ସଶକ୍ତ କରିବାକୁ ମହାରାଷ୍ଟ୍ର ସରକାର ଉଦ୍ୟମ କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ, ଲକ୍ଷପତି ଦିଦି ପୁରା ପରିବାରକୁ ସଶକ୍ତ କରିବ। ମହିଳା ଆୟ କଲେ ପରିବାରରେ ସମ୍ମାନ ବଢେ। ଭାରତ ବିଶ୍ୱର ତୃତୀୟ ଆର୍ଥିକଶକ୍ତି ହେବାକୁ ଯାଉଛି। ଏଥିରେ ମହିଳାଙ୍କ ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ। ମୋଦୀ ସରକାର ମହିଳାଙ୍କ ହିତରେ ଏ ନିଷ୍ପତ୍ତି ନେଇଛନ୍ତି।

Get real time updates directly on you device, subscribe now.