fbpx

SBI Ecowrap ରିପୋର୍ଟ: ଲୋନ୍ EMI କିସ୍ତି ହ୍ରାସ ପାଇବ, ମହଙ୍ଗା ମାଡ଼ରୁ ଗ୍ରାହକଙ୍କୁ ମିଳିବ ବଡ଼ ଆଶ୍ୱସ୍ତି!

ନୂଆଦିଲ୍ଲୀ: ଖୁବଶୀଘ୍ର ଗ୍ରାହକଙ୍କୁ ମହଙ୍ଗା ମାଡ଼ରୁ ମିଳିପାରେ ବଡ଼ ଆଶ୍ୱସ୍ତି । ଲୋନ୍ ଇଏମଆଇ ରାଶି ହ୍ରାଇ ପାଇପାରେ । ଏନେଇ ଜନତାଙ୍କ ପାଇଁ ଆସିଛି ଏକ ଗୁଡ୍ ନ୍ୟୁଜ୍ । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଜାରି ଜାରି କରାଯାଇଥିବା ଇକୋରପ ରିପୋର୍ଟରୁ ଏନେଇ କିଛି ଅନୁମାନ କରାଯାଇଛି । ମହଙ୍ଗା ଦର ହ୍ରାସ ନେଇ ଏହି ରିପୋର୍ଟରୁ କିଛି ସଙ୍କେତ ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ରେପୋ ରେଟ ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ଦେଇାରେ ବୋଲି ଆକଳନ କରାଯାଇଛି ।

୫୯ ମାସରେ ମହଙ୍ଗା ମାଡ଼ ନିମ୍ନ ସ୍ତରରେ ପହଞ୍ଚିଛି । ଜୁଲାଇ ମାସରେ ରିଟେଲ ମହଙ୍ଗା ଦର ବାର୍ଷିକ ଆଧାରରେ ହ୍ରାସ ପାଇ ୩.୫୪ ପ୍ରତିଶତରେ ପହଞ୍ଚି ଯାଇଛି । ୫୯ ମାସ ମଧ୍ୟରେ ମହଙ୍ଗା ମାଡ଼ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଥିବା ଦେଖାଯାଇଛି । ଏହାପୂର୍ବୁର ଜୁନରେ ମହଙ୍ଗା ଦର ୫.୦୮ ପ୍ରତିଶତ ରହିଥିଲା । ଖୁଚୁରା ସହିତ ଅନ୍ୟ ମହଙ୍ଗା ଦର ୩ ମାସରେ ନିମ୍ନ ସ୍ତରରେ ପହଞ୍ଚିଛି । ଗତ ଜୁନରେ ଏହା ୩.୩୬ ପ୍ରତିଶତ ରହିଥିବା ବେଳେ ଜୁଲାଇରେ ତାହା ହ୍ରାସ ପାଇ ୨.୦୪ ପ୍ରତିଶତରେ ପହଞ୍ଚି ଯାଇଛି ।

କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଅନୁମାନ କରାଯାଇଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ସମୟରେ ମହଙ୍ଗା ଦର ୨ରୁ ୪ ପ୍ରତିଶତ ମଧ୍ୟରେ ରହିଛି । ତେଣୁ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ମୁଦ୍ରା ନୀତିର ସମୀକ୍ଷା ବୈଠକରେ ଆରବିଆଇ ରେପୋ ରେଟ୍ କମ୍ କରିପାରେ । ଯଦି ଆରବିଆଇ ରେପୋ ରେଟ୍ ହ୍ରାସ କରେ ତେବେ ଏହାର ସିଧା ପ୍ରଭାବ ଲୋନର ଇଏମଆଇ ଉପରେ ପଡ଼ିବ । ରେପୋ ରେଟ କମ୍ ହେବା ଫଳରେ ଗ୍ରାହକଙ୍କର ଲୋନର କିସ୍ତି କମ୍ ହୋଇଯିବ । ବର୍ତ୍ତମାନ ଏହା ୬.୫ ପ୍ରତିଶତ ରହିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମୌସୁମୀ ଭଲ ରହିଥିବାେ ବେଳେ ତାହା ଅର୍ଥ ବ୍ୟବସ୍ଥା ପାଇଁ ଭଲ ସଙ୍କେତ ବୋଲି ରିପୋର୍ଟରେ କୁହାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷର ଗତ ଏପ୍ରିଲ-ଜୁନ ତିନି ମାସରେ ରିୟଲ ଜିଡିପି ଅଭିବୃଦ୍ଧି ୭ରୁ ୭.୧ ପ୍ରତିଶତରେ ରହିପାରେ ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.