fbpx

ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ: ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଗ୍ରହଣ କଲେ ସାର୍ଟିଫିକେଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମମତା ମହାନ୍ତ ବିଜୟୀ ଘୋଷିତ ହୋଇଛନ୍ତି । ମମତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେପି ପକ୍ଷରୁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ସକାଳେ ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ । ଗତ ୨୧ ତାରିଖରେ ମମତା ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ପରେ ଭାଜପା ତାଙ୍କୁ ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ କରିଥିଲା । ମମତା ବିଧାନସଭାରେ ପହଞ୍ଚି ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଥିବା ଜଣାପଡ଼ିଛି ।

ଆସନ୍ତା ମାସ ୩ ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବା ନେଇ ତାରିଖ ସ୍ଥିରୀକୃତ ହୋଇଥିଲା । ମାତ୍ର ତା’ ପୂର୍ବରୁ ମମତା ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଗତ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ସମାପ୍ତ ହୋଇଥିବା ବେଳେ ୨୭ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ ରହିଥିଲା । ବିଜେପି ପକ୍ଷରୁ ମମତା ଓ ଜଗନ୍ନାଥ ଦୁଇଜଣ ନାମାଙ୍କନ ଭରିଥିବାରୁ ତାହାକୁ ନେଇ ଚର୍ଚ୍ଚା ହୋଇଥିଲା । ତେବେ ମମତା ବିଜେପିର ଦଳୀୟ ପ୍ରାର୍ଥୀ ବୋଲି ପରେ ରାଜ୍ୟ ସଭାପତି ମନମୋହନ ସାମଲ ସ୍ପଷ୍ଟ କରିଥିଲେ । ଆଜି ସକାଳେ ଜଗନ୍ନାଥ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ମମତାଙ୍କ ବିଜୟ ନେଇ ସ୍ପଷ୍ଟ ହୋଇଯାଇଥିଲା । ଗତ ମାସ ୩୧ ତାରିଖରେ ମମତା ବିଜେଡିରୁ ଇସ୍ତପା ଦେବାର ଦିନକ ପରେ ଅଗଷ୍ଟ ମାସ ପହିଲାରେ ବିଜେପିରେ ଯୋଗଦେଇଥିଲେ ।

Get real time updates directly on you device, subscribe now.