fbpx

Delhi DTC ବସରେ ଅଚାନକ ଲାଗିଲା ନିଆଁ: ବାଇକ୍‌ ଆରୋହୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବିପଦ, ଦେଖନ୍ତୁ Video

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଏକ ବାଇକ୍ ଆରୋହୀଙ୍କ ଉପସ୍ଥିତ ବୁଦ୍ଧି ଏକ ବଡ଼ ଦୁର୍ଘଟଣାକୁ ଟାଳିଦେଇଛି। ଗୁରୁବାର ଦିନ ଜଗତ୍ପୁରୀ ରେଡ ଲାଇଟରେ ଏକ ଏସି ବସରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିଛି ସମୟ ମଧ୍ୟରେ ପୁରା ବସ୍ ନିଆଁରେ ପୋଡି ହୋଇଗଲା । ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଡେଇଁ ପଡିଥିଲେ । ରାସ୍ତା ଉପରେ ବସରେ ନିଆଁ ଲାଗିବା ଯୋଗୁଁ ଜଗତପୁରୀ, ପ୍ରୀତିବିହାର ଏବଂ ପଟପଡଗଂଜ ଅଞ୍ଚଳରେ ଅନେକ ଦୂରଯାଏଁ ଜାମ୍‌ ଲାଗିଥିଲା । ତେବେ ବସରେ ନିଆଁ ଲାଗିବା ବିଷୟରେ ଜଣେ ବାଇକ୍‌ ଆରୋହୀ ବସ୍‌ ଡ୍ରାଇଭରକୁ ସୂଚନା ଦେଇଥିଲେ ।

ଆଉ ଏଥିପାଇଁ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା ।

ଖବର ମୁତାବକ, ଜଗତପୁରୀ, ପ୍ରୀତିବିହାର ଏବଂ ପଟପଡଗଂଜ ଅଞ୍ଚଳରେ ବସ୍‌ରେ ନିଆଁ ଲାଗିଥିଲା । ହେଲେ ବସ୍‌ ଡ୍ରାଇଭର କିମ୍ବା ଯାତ୍ରୀ ଏହା ବିଷୟରେ କିଛି ଜାଣିନଥିଲେ । ତେବେ ବସ୍‌ ପଛରେ ଆସୁଥିବା ଜଣେ ବାଇକ୍‌ ଆରୋହୀ ନିଆଁ ଲାଗିବା ଦେଖି ତୁରନ୍ତ ବସ୍‌ ଡ୍ରାଇଭରକୁ ସୂଚନା ଦେଇଥିଲେ । ବସ୍‌ ଡ୍ରାଇଭର ତୁରନ୍ତ ବସକୁ ରୋକି ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ତେବେ ଭିଡିଓରେ ବସଟି କିପରି ହୁତୁହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଛି । ବସ ଭୟଙ୍କର ଭାବେ ଜଳୁଥିବାର ଦେଖିବାକୁ ମିଳିଛି ।

ରାସ୍ତା ଉପରେ ବସ୍‌ରେ ନିଆଁ ଲାଗିବା ଯୋଗୁଁ ଦୀର୍ଘ କିମି ଦୂର ପର୍ଯ୍ୟନ୍ତ ଟ୍ରାଫିକ ଜାମ୍‌ ହୋଇଥିଲା । ରେସକ୍ୟୁ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ବସ୍‌ ନଆଁକୁ ଆୟତ୍ତ କରିଥିଲେ । ୩ଟି ଦମକଳ ଗାଡି ନିଆଁକୁ ଲିଭାଇଥିଲା । ହେଲେ ବସଟି ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିଲା । ଘଟଣାରେ କେହି ହାତାହତ ହୋଇନାହାନ୍ତି । ତେବେ ଘଟଣାଟି ଆଜି ସକାଳ ୯.୪୫ ମିନିଟରେ ଘଟିଥିଲା ।

Get real time updates directly on you device, subscribe now.