fbpx

E-KYC ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ, ପର୍ଯ୍ୟାପ୍ତ ମିଳିବ ସମୟ; ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) E-KYCକୁ ନେଇ ଆସିଲା ବଡ଼ ଖବର । E-KYC ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ, ପର୍ଯ୍ୟାପ୍ତ ସମୟ ମିଳିବ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ‘ଚିନ୍ତା କରିବା ଆବଶ୍ୟକ ନାହିଁ, ସର୍ଭେ କେବଳ ମୃତ ଓ ଅଯୋଗ୍ୟଙ୍କ ପାଇଁ । ସାମିଲ ହୋଇଥିବା କେହି ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେନି । ପରିବାରର କେହି ବାହାରେ ଥିଲେ, ଆରାମରେ ଆସି E-KYC କରିବେ । ସମସ୍ତ E-KYC ଯାଞ୍ଚ ସରିବା ପରେ ଏହି ପ୍ରକ୍ରିୟା ବନ୍ଦ କରାଯିବ ।’

E – KYC ଦ୍ଵନ୍ଦ ନେଇ ସ୍ପଷ୍ଟ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ସମସ୍ତଙ୍କର E – KYC ହେବା ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ। ସେପ୍ଟେମ୍ବର ୨୫ ଶେଷ ତାରିଖ ନୁହେଁ ବୋଲି ସ୍ପଷ୍ଟ କଲେ ମନ୍ତ୍ରୀ । ଅନେକ ଲୋକ ବିଦେଶରେ ରହୁଥିବାରୁ ପର୍ୟାପ୍ତ ସମୟ ମିଳିବ । ସମସ୍ତ ହିତାଧୀକାରୀ E – KYC ସଂଯୋଗ ହେବା ପର୍ଯ୍ୟନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ମନ୍ତ୍ରୀ ପୁନର୍ବାର ସ୍ପଷ୍ଟ କରିଛନ୍ତି। E – KYC ସଂଯୋଗ ପରେ ଅଯୋଗ୍ୟଙ୍କୁ ବାଦ ଦିଆଯାଇ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ।

Get real time updates directly on you device, subscribe now.