fbpx

ଭୁବନେଶ୍ୱରରୁ ପୁଣି ୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୭ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ ଆଉ ୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୦ ସୁସ୍ଥ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ପଜିଟିଭ୍ଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇରୁ ଓ ସ୍ଥାନୀୟ ଅଞ୍ଚଳରୁ ୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ କୋରୋନା ପଜିଟିଭ୍ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି । ୨୮୩ ପଜିଟିଭରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୧୪୮ ସୁସ୍ଥ ହୋଇଥିବା ବେଳେ ଓ ୧୩୧ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ତେବେ ଶିରିପୁର ସ୍ଥିତ ଲକ୍ଷ୍ମୀବଜାର ବସ୍ତିରୁ ୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ମହିଳା ଓ ୨ ପୁରୁଷ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆରବିଆଇ ଅଫିସ ନିକଟରୁ ଜଣେ ୫୨ ବର୍ଷୀୟ ସିକ୍ୟୁରିଟି ଗାର୍ଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର ୩ ଜଣ ପୁରୁଷ କର୍ମଚାରୀ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏୟାରପୋର୍ଟ କଲୋନିରର ଦିଲ୍ଲୀ ଫେରନ୍ତା ୨୬ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.