fbpx

ଧରାକୋଟରେ ୩ ମୃତ୍ୟୁ ଖବରକୁ ଖଣ୍ଡନ କଲେ ଜିଲ୍ଲାପାଳ

ଗଞ୍ଜାମ,୨୭ ।୬(ଓଡିଶା ଭାସ୍କର):ଗଞ୍ଜାମ ଜିଲ୍ଲା ଧରାକୋଟର ଜାହାଡାରେ ୩ କୋରୋନା ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ । ୩ ଜଣଙ୍କର ନୁହେଁ, ବରଂ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିଲେ ଜାହାଡ଼ା ସରପଞ୍ଚ ।

ତେବେ ସାରା ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ଆଜି ମୃତ୍ୟୁ ଘଟିଛି । ଉପାଧ୍ୟକ୍ଷଙ୍କ ନାଁ ଭଗବାନ ସ୍ୱାଇଁ ହୋଇଥିବା ବେଳେ ସେ ଗତ କିଛି ଦିନ ହେବ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଏନେଇ ଆଜିଠାରୁ ଜୁଲାଇ ୨ ତାରିଖ ଯାଏଁ ଅର୍ଥାତ୍ ୬ ଦିନ ପର୍ଯ୍ୟନ୍ତ ଜାହାଡା ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ସରପଞ୍ଚ ।

Get real time updates directly on you device, subscribe now.