fbpx

“BJP ଚାହୁଁ କିମ୍ବା ନ ଚାହୁଁ କାଶ୍ନୀରକୁ ରାଜ୍ୟ ମାନ୍ୟତା ଦେବାକୁ ହେବ”: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ(2024) ପାଇଁ ତାରିଖ ଘୋଷଣା ହୋଇ ସାରିଛି । ତେଣୁ ନିର୍ବାଚନୀ ବୈତରଣୀ ପାର୍ ହେବା ପାଇଁ ଅଣ୍ଟା ଭିଡିଛନ୍ତି ରାଜନୈତିକ ଦଳ । ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦିନ କେଇଟା ରହିଥିବା ବେଳେ ରାଜନୈତିକ ଦଳ ଗୁଡିକ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ଏବଂ ଜାମ୍ମୁକାଶ୍ନୀର ନ୍ୟାସନାଲ କନଫରେନ୍ସ(JKN) ମଧ୍ୟରେ ମେଣ୍ଟ ମଧ୍ୟ ହୋଇସାରିଛି । ଅନ୍ୟପଟେ ବିଜେପି ଏକତରଫା ଭାବେ ବିଜୟୀ ହେବା ପାଇଁ ଆଶା ରଖିଛି । କେଉଁ ଦଳ ସହିତ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଛି ବିଜେପି । ଏହାରି ମଧ୍ୟରେ ପୂର୍ବ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନୀ ଅଭିଯାନ ଆରମ୍ଭ କରି ବିରୋଧୀ ଦଳକୁ ନିଶାନା କରିଛନ୍ତି । ରାହୁଲ ଆଜି କେନ୍ଦ୍ରଶାସିତ ପ୍ରଦେଶରେ ଦୁଇଟି ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମେ ରାମବନରେ ସମ୍ବୋଧିତ କରିବା ସମୟରେ ବିଜେପିକୁ ସିଧାସଳଖ ଆକ୍ଷେପ କରିଛନ୍ତି ।

ଗୋଟିଏ ପଟେ ମହବତ୍(ଭଲପାଇବା) ଏବଂ ଅନ୍ୟପଟେ ନଫରତ(ଘୃଣା) ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି,“ଘୃଣାକୁ ଭଲ ପାଇବାରେ ହିଁ ଜିତାଯାଇ ପାରିବ । ଆମ ଦଳ ଜାମ୍ମୁ କାଶ୍ନୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବ । ମୁଁ ସଂସଦକୁ ସମ୍ବିଧାନ ନେଇ ପହଞ୍ଚିବି । ଆମେ ଆପଣମାନଙ୍କୁ ବିଜୁଳି ପ୍ରୋଜେକ୍ଟର ଫାଇଦା ପହଞ୍ଚାଇବୁ । ଘୃଣା ସମାଜରେ ଭଲ ପାଇବାର ଦୋକାନ ଖୋଲିବୁ ।” ମୋଦୀ ଦେଶକୁ ବେରୋଜଗାରୀ ଛଡା ଆଉ କିଛି ଦେଇ ନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ପ୍ରଥମ ଥର କରି ଭାରତର ଲୋକମାନଙ୍କ ଠାରୁ ରାଜ୍ୟ ମାନ୍ୟତା ଛଡାଇ ନିଆଯାଇଛି । ଆମେ ଏହି ମାନ୍ୟତା ଜାମ୍ମୁ କାଶ୍ମୀରକୁ ଫେରାଇ ଦେବୁ । ଆପଣମାନଙ୍କ ଠାରୁ ଅଧିକାର ଛଡା ଯାଇ ଅନ୍ୟ କାହାରିକୁ ଦିଆଯାଉଛି । ମୁଁ ଚାହୁଁଛି ନିର୍ବାଚନ ପୂର୍ବରୁ ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳୁ ଏବଂ ଏହା ପରେ ନିର୍ବାଚନ ହେଉ । ମୋଦୀ ଦେଶକୁ ବେରୋଜଗାରୀ ଛଡା ଆଉ କିଛି ଦେଇ ନାହାନ୍ତି । ଆପଣମାନେ ଆଦାନୀଙ୍କ ନାମ ଶୁଣିଛନ୍ତି? ସେ ହେଉଛନ୍ତି ମୋଦୀଙ୍କର ମିତ୍ର । କୌଣସି ବ୍ୟକ୍ତି କମ୍ ରୋଜଗାର କରିଲେ ମଧ୍ୟ ସେ ଜିଏସଟି ଧରି ସାମ୍ନାକୁ ଆସିଯାଆନ୍ତି ।“

କହିରଖୁଛୁ କି, ଜାମ୍ମୁ କାଶ୍ମୀରରେ 3ଟି ପର୍ଯାୟରେ ନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା କରାଯାଇଛି । ସେପ୍ଟେମ୍ବର 18 ତାରିଖରେ ପ୍ରଥମ ପର୍ଯ୍ୟାୟ, 25ରେ ଦ୍ବିତୀୟ ଏବଂ ଅକ୍ଟୋବର 1 ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । କଂଗ୍ରେସ ଏବଂ ଏନସିର ଘୋଷଣା ଅନୁସାରେ, ଏନସି 52 ସିଟ୍ ଏବଂ କଂଗ୍ରେସ 31 ସିଟରେ ନିର୍ବାଚନ ଲଢିବେ । ତେବେ ନିର୍ବବାଚନ ଫଳାଫଳ ଅକ୍ଟୋବର 8 ତାରିଖରେ ପ୍ରକାଶ ପାଇବ । ଯଦି ଜାମୁକାଶ୍ମୀର କଥା ଦେଖିବା ତାହେଲେ ସମୁଦାୟ 90 ସିଟ୍ ରହିଛି । ସେଥିମଧ୍ୟରୁ 47 କାଶ୍ମୀର ଏବଂ 43ଟି ଜାମ୍ମୁରେ ରହିଛି । ଏଥି ମଧ୍ୟରୁ 3ଟି ସିଟ୍ ଏସଟି ଏବଂ 7ଟି ସିଟ୍ ଏସସି ପାଇଁ ସଂରକ୍ଷିତ ରହିଛି ।

Get real time updates directly on you device, subscribe now.