fbpx

ସଜେଇ ହେଲାଣି କଟକ ସହର, ମହାନଦୀ ପଠାରେ ଲାଗିବ ଭିଡ଼: ନଭେମ୍ବର ୧୫ ତାରିଖରୁ ଆରମ୍ଭ ବାଲିଯାତ୍ରା

Cuttack Bali Yatra Starts From November 15

କଟକ: ଅପେକ୍ଷାର ଅନ୍ତ ଘଟିଲା । ଘୋଷଣା ହେଲା କଟକ ବାଲିଯାତ୍ରା  ତାରିଖ ।  ନଭେମ୍ବର 15ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ତେବେ ବାଲିଯାତ୍ରା ନେଇ ପ୍ରସ୍ତୁତି ବୈଠକ ବସିଥିବା ବେଳେ ଶେଷ ହେବା ପରେ ତାରିଖ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେ । ତେବେ ବାଲିଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଅଣ୍ଟା ଭିଡିଛି କଟକ ଜିଲ୍ଲା ପ୍ରଶାସନ । ତେବେ ତାରିଖ ଘୋଷଣା ହୋଇଥିଲେ ହେଁ ଏହା କେତେଦିନ ପର୍ଯ୍ୟନ୍ତ ଚାଲିବ ସେନେଇ ଘୋଷଣା କରାଯାଇ ନାହିଁ । ପରବର୍ତ୍ତି ବୈଠକରେ ସେନେଇ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ଟଏଲେଟ ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ସହିତ ସୁରକ୍ଷିତ ବାଲିଯାତ୍ରା ହେବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ପଡିଆରେ କରିଡର ବ୍ୟବସ୍ଥା କରାଯିବ ।

ଆମ୍ବୁଲାନ୍ସ ବ୍ୟବସ୍ଥା ରହିବ ।

ପାର୍କି ସ୍ଥଳ ସଂଖ୍ୟାକୁ ବୃଦ୍ଧି କରାଯିବ ।

ଓରମାସ ଷ୍ଟଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।

Get real time updates directly on you device, subscribe now.