fbpx

ସମ୍ବଲପୁର ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମାଆ ସମଲେଇଙ୍କ ଦର୍ଶନ ପରେ ସିଏମ୍ କିଷାନ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ

ଭୁବନେଶ୍ୱର: ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ପହଞ୍ଚିଛନ୍ତି । ସିଏମ୍ କିଷାନ ସହାୟତା କାର୍ଯ୍ୟକ୍ରମ ଏବଂ ପିଏମ୍ କିଷାନ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସମ୍ବଲପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ବଲପୁର ଗସ୍ତରେ ପ୍ରଥମେ ଚାଷୀ କୂଳର ସମୃଦ୍ଧି ଏବଂ ଓଡ଼ିଶା ବାସୀଙ୍କ କଲ୍ୟାଣ ପାଇଁ ମାଆ ସମଲେଇଙ୍କୁ ଦର୍ଶନ କରି ଆଶିର୍ବାଦ ନେବେ । ଏହା ପରେ ଅପରାହ୍ନ ୪.୩୦ରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଅଡିଟୋରିଅମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.