fbpx

ବହରାଇଚରେ ଧରାପଡ଼ିଲା ଆଉ ଏକ ମଣିଷଖିଆ ଗଧିଆ, ଅନ୍ୟ ଗଧିଆଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ୍

ବହରାଇଚ୍‌: ଉତ୍ତରପ୍ରଦେଶର ବହରାଇଚରେ ପ୍ରାୟ ୩୫ଟି ଗାଁରେ ଦେଖାଦେଇଛି ଗଧିଆ ଆତଙ୍କ । ଏନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ବନ ବିଭାଗ ପକ୍ଷରୁ ମଣିଷଖିଆ ଗଧିଆଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବନ ବିଭାଗ ୫ଟି ଗଧିଆ ଧରିବାରେ ସଫଳ ହୋଇଛି ।

ସୂଚନାରୁ ପ୍ରକାଶ ୩୫ଟି ଗାଁରେ ଗଧିଆ ଆତଙ୍କକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ଥିବା ବେଳେ ସନ୍ଧ୍ୟା ହେବା ପରେ ଘରୁ ବିଶେଷ ବାହାରୁ ନାହାଁନ୍ତି । ରାତି ରାତି ଉଜାଗର ରହି ପରିବାରର ସୁରକ୍ଷା ବିଷୟରେ ଚିନ୍ତା କରୁଛନ୍ତି । ବହରାଇଚରେ ୫ଟି ବନ ଡିଭିଜନ୍ ଯଥା ବହରାଇଚ୍‌, କତର୍ନିଆଘାଟ ୱାଇଲ୍ଡ ଲାଇଫ୍‌, ଶ୍ରାବସ୍ତି, ଗୋଣ୍ଡା ଏବଂ ବାରାବଙ୍କିର ପ୍ରାୟ ୨୫ ଟିମ୍ ଗଧିଆଙ୍କୁ ଧରିବା ପାଇଁ ଜୁଟିଛନ୍ତି । ବନ ବିଭାଗ ପକ୍ଷରୁ ଗଧିଆଙ୍କ ମୋଟ୍ ସଂଖ୍ୟା ୬ ଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଗ୍ରାମବାସୀଙ୍କ ଅନୁଯାୟୀ ୨ ଡଜନ ଥିବା କୁହାଯାଉଛି । କହିରଖୁଛୁ ବନ ବିଭାଗ ସିସୈୟା ଚୁରାମଣି ହରବକ୍‌ଶପୂର୍ବା ଗାଁରୁ ୫ମ ଗଧିଆକୁ ଧରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.