fbpx

T20 ଇଣ୍ଟରନ୍ୟାସନାଲରେ କରିଛନ୍ତି ରେକର୍ଡ଼, ପାଖରେ ରହିଛି ଲକଜରୀ କାର କଲେକସନ୍‌…ଜାଣନ୍ତୁ ଭାରତୀୟ ଟିମର ‘ମିଷ୍ଟର ୩୬୦’ କେତେ ସମ୍ପତ୍ତିର ମାଲିକ ?

ନୂଆଦିଲ୍ଲୀ: ଭାରତୀୟ T20I ଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ । ସେପ୍ଟେମ୍ବର ୧୪ରେ ସେ ତାଙ୍କ ୩୪ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ ବିସିସିଆଇ ସଚିବ ଜୟ ଶାହ, କ୍ରିକେଟ ଦୁନିଆର ବ୍ୟକ୍ତି ବିଶେଷ, ସାଙ୍ଗସାଥି ଓ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଥିଲେ । ଅନେକ ସମୟରେ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଆସୁଥିବ କି ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ନେଟୱର୍ଥ କେତେ, ବିସିସିଆଇ ତାଙ୍କୁ କେଉଁ ମ୍ୟାଚ୍ ପାଇଁ କେତେ ଦରମା ଦେଉଛି ଇତ୍ୟାଦି ।

କହିରଖୁଛୁ ସୂର୍ଯ୍ୟକୁମାର BCCIର ସେଣ୍ଟ୍ରାଲ କଣ୍ଟ୍ରୋକ୍ଟ ଲିଷ୍ଟରେ ଗ୍ରେଡ୍ ‘ବି’ର ଖେଳାଳି । ୩୪ ବର୍ଷୀୟ ସୂର୍ଯ୍ୟ କୁମାର ୨୦୨୧ରେ ଇଂଲଣ୍ଡ ବିପକ୍ଷ ନିଜ ପ୍ରଥମ ଟି୨୦ ଡେବ୍ୟୁ ଖେଳିଥିଲେ । ସେ ଭାରତ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୧ଟେ ଟେଷ୍ଟ, ୭୧ ଟି୨୦ ଏବଂ ୩୭ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଟି୨୦ ଇଣ୍ଟରନ୍ୟାସନାଲରେ ସୂର୍ଯ୍ୟ ହାରାହାରି ୪୨.୬୬ ସହ ମୋଟ୍ ୨୪୩୨ ରନ୍ ସଂଗ୍ରହ କରିଛନ୍ତି । ଏଥିମଧ୍ୟରୁ ୪ଟି ଶତକ ଏବଂ ୨୦ଟି ଅର୍ଦ୍ଧଶତକ ସାମିଲ ରହିଛି । ଦମଦାର ବ୍ୟାଟିଂ ମାଧ୍ୟମରେ ରେକର୍ଡ଼ ସୃଷ୍ଟି କରିଥିବା ସୂର୍ଯ୍ୟକୁମାର ନିଜର ସ୍ୱତନ୍ତ୍ର କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଟି୨୦ ଇଣ୍ଟରନ୍ୟାସନାଲରେ ସବୁଠାରୁ ଅଧିକ ପ୍ଲେୟର ଅଫ୍ ଦି ମ୍ୟାଚ୍ ଆୱାର୍ଡ଼ ମଧ୍ୟ ଜିତିଛନ୍ତି । ଏଥିପାଇଁ ସେ ‘ମିଷ୍ଟର ୩୬୦’ ନାମରେ ମଧ୍ୟ ପରିଚିତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସୂର୍ଯ୍ୟ କୁମାରଙ୍କ ନେଟ୍‌ୱର୍ଥ ପାଖାପାଖି ୫୦ କୋଟି ଟଙ୍କା । ମୁମ୍ବାଇରେ ତାଙ୍କର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ରହିଛି ଯାହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଉଛି । ସୂର୍ଯ୍ୟକୁମାରଙ୍କ ଲକଜରୀ କାର କଲେକସନ୍ ମଧ୍ୟ ରହିଛି । ତାଙ୍କ ପାଖରେ ଅଡି RS5, ପୋର୍ଶ 911 ଟର୍ବୋ S, ମର୍ସିଡିଜ୍ ବେଞ୍ଜ୍‌, ଫରଚ୍ୟୁନର ଏବଂ BMW 5 ସିରିଜର ଏମ୍ ସ୍ପୋର୍ଟ୍‌ସ ରହିଛି । ଏହା ବ୍ୟତୀତ ତାଙ୍କ ପାଖରେ ଏକ ହାୟାବୁସା ବାଇକ୍ ମଧ୍ୟ ରହିଛି ।

BCCI ତାଙ୍କୁ ଦିନିକିଆ କ୍ରିକେଟ୍ ପାଇଁ ୬ ଲକ୍ଷ ଟଙ୍କା, ପ୍ରତି ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ଏବଂ ଗୋଟିଏ ଟେଷ୍ଟ ମ୍ୟାଚ୍ ପାଇଁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଥାଏ । କ୍ରିକେଟ୍ ବ୍ୟତୀତ ସୂର୍ଯ୍ୟକୁମାର ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ମାଧ୍ୟମରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ସେ ଡ୍ରିମ୍ ୧୧, ରିବକ୍‌, ଜିଓ ସିନେମା ଭଳି କମ୍ପାନୀଙ୍କ ପାଇଁ ଏଡ୍ କରିଥାନ୍ତି । ସେହିପରି ଆଇପିଏଲର ଗୋଟିଏ ସିଜିନରୁ ସେ ୮ କୋଟି ଟଙ୍କା ରୋଜଗାର କରିଥାନ୍ତି ।

Get real time updates directly on you device, subscribe now.