fbpx

ମଙ୍ଗଳ ଓ ଚନ୍ଦ୍ର ପରେ ଏବେ ଶୁକ୍ର ଗ୍ରହ ଉପରେ ଭାରତର ନଜର; ୨୦୨୮ ସୁଦ୍ଧା ଶେଷ ହେବ ମିଶନ

ନୂଆଦିଲ୍ଲୀ: କେନ୍ଦ୍ରରେ ଏନଡିଏ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ କ୍ୟାବିନେଟର ପ୍ରଥମ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ ‘ଶୁକ୍ର ଅର୍ବିଟ ମିଶନ’କୁ ଅନୁମୋଦନ କରିଛନ୍ତି ।

ବିଶ୍ୱାସ କରାଯାଏ ଯେ ଶୁକ୍ର ପୃଥିବୀ ଭଳି ସମାନ ଅବସ୍ଥାରେ ଗଠିତ ହୋଇଥିଲା । ଏହି ମିଶନ ପାଇଁ ମହାକାଶଯାନ ନିର୍ମାଣ ଓ ଉତକ୍ଷେପଣ ପାଇଁ ଇସ୍ରୋକୁ ଦାୟିତ୍ୱ ଦିଆଯାଇଛି । ୨୦୨୮ ମାର୍ଚ୍ଚ ସୁଦ୍ଧା ଏହି ମିଶନ ଶେଷ ହେବ ବୋଲି ଆଶା କରାଯାଉଛି ।

ଭିନସ୍ ଅର୍ବିଟ ମିଶନ (ଭିଓଏମ୍) ପାଇଁ ୧୨୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସେଥିରୁ ୮୨୪ କୋଟି ଟଙ୍କା ମହାକାଶଯାନ ନିର୍ମାଣରେ ଖର୍ଚ୍ଚ ହେବ ।

Get real time updates directly on you device, subscribe now.