fbpx

ଗର୍ଭାବସ୍ଥାରେ ମଦ ପିଇଲେ ବଦଳିଯିବ ଛୁଆର ମୁହଁ, ହେବ ଏହି ସମସ୍ୟା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମହିଳାମାନେ ଡ୍ରିଙ୍ଗ୍ସ କରିବା ଏକ ପ୍ରକାର ଟ୍ରେଣ୍ଡରେ ରହିଛି । ଯାହାକି ମହିଳାଙ୍କ କ୍ଷେତ୍ରରେ ବିପଦର କାରଣ ସାଜିପାରେ । ଗର୍ଭବତୀ ସମୟରେ କିମ୍ବା ପୂର୍ବରୁ ମଧ୍ୟ ଅନେକ ସମସ୍ୟା ହୋଇପାରେ । ଅଧିକ ମଦ ପିଇବା ଦ୍ବାରା ବନ୍ଧ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ମଦ ପିଇଲେ କେବଳ ମା ନୁହେଁ ବରଂ ଛୁଆ ଉପରେ ମଧ୍ୟ ପ୍ରଭାବ ପଡିପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମହିଳାମାନେ ମଦ ଠାରୁ ଦୂରେଇ ରହିବା ଜରୁରୀ ଅଟେ ।

ଏକ ରିପୋର୍ଟ ଅନୁସାରେ, ମହିଳା ହୁଅନ୍ତୁ କିମ୍ବା ପୁରୁଷ ପ୍ରତିଦିନ ମଦ ପିଇବା ଦ୍ବାରା ଛୁଆ କରିବାର ସୌଭାଗ୍ୟ ଠାରୁ ବଞ୍ଚିତ ରହିବେ । ମହିଳାମାନଙ୍କ ଡିମ୍ବାଣୁରେ ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଗର୍ଭବତୀ ହେବା ପରେ ମଧ୍ୟ ଅନେକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥାଏ । ମହିଳାଙ୍କର ମଦ୍ୟପାନ ଅଭ୍ୟାସ ଛୁଆଙ୍କ ବିକାଶରେ ବାଧା ସୃଷ୍ଟି କରିପାରେ ।

ନେଦରଲ୍ୟାଣ୍ଡର ଏକ ରିପୋର୍ଟ ଅନୁସାରେ, ଯଦି ମା ଦୈନିକ ଗୋଟିଏ ଗ୍ଲାସ ମଦ ପିଏ ତାହେଲେ ଛୁଆର ଚେହେରାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ । ବିଶେଷକରି ମଦ୍ୟପାନ ଦ୍ବାରା ଛୁଆର ବିକାଶରେ ସମସ୍ୟା ଦେଖାଯାଇଥାଏ । ଏହାସହିତ ଗର୍ଭପାତ ଏବଂ ସମୟ ପୂର୍ବରୁ ପ୍ରସବ ହେବାର ସମ୍ଭାବନା ରହିଥାଏ । ଅନ୍ୟପଟେ ଫିଟଲ ଆଲକହଲ ସ୍ପେକ୍ଟ୍ରମ ଡିସଅର୍ଡର ସମସ୍ୟା ହେବାର ସମ୍ଭାବନା ମଧ୍ୟ ରହିଥାଏ ।

Get real time updates directly on you device, subscribe now.