fbpx

ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୩୧ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ, ୨୪ହଜାର ୧୬୨ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର : ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ ୪ହଜାର ୯୫୪କୋଟି ୨୬ଲକ୍ଷ ଟଙ୍କାର ୩୧ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୪ହଜାର ୧୬୨ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆକଳନ କରାଯାଇଛି ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ମିଳିଥିବା ସୂଚନା ଅନୁସାରେ ଜଗତ୍‍ସିଂହପୁର, ବାଲେଶ୍ୱର, ରାୟଗଡା, ଢ଼େଙ୍କାନାଳ, ପୁରୀ ଆଦି ଜିଲ୍ଲାରେ ଏହିସବୁ ଶିଳ୍ପ ସ୍ଥାପନ କରାଯିବ । ୪୭୫ କୋଟି ଟଙ୍କାରେ ୧୦ଲକ୍ଷ ୯ହଜାର ୫୦୦ ମେଟ୍ରିକ୍‍ ଟନ୍‍ କ୍ଷମତାର ପ୍ୟାକେଜିଂ କଣ୍ଟେନର ଗ୍ଲାସ ଉତ୍ପାଦନ କେନ୍ଦ୍ର ହେବ । ସେହିଭଳି ୨୦୦କୋଟି ଟଙ୍କା ବ୍ୟୟରେ କମ୍ପ୍ରେସ୍‍ଡ ବାୟୋ ଗ୍ୟାସ୍‍ ପ୍ଲାଣ୍ଟ ଏବଂ ୨୪୨ କୋଟି ଟଙ୍କା ବ୍ୟୟରେ ବାୟୋ ଏନର୍ଜି କାରଖାନା ସ୍ଥାପନ କରାଯିବ ।

Get real time updates directly on you device, subscribe now.