fbpx

(Video) ନିଆରା ପ୍ରେମ… ଛାତ୍ରୀଙ୍କୁ Hug କରି ମାଙ୍କଡ଼ ଦେଖାଇଲା ଭଲପାଇବା, ପରେ ମଥାରେ Kiss: କ୍ଲାସ ଭିତରେ ପଡ଼ିଛି ଚହଳ

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଖୁବ ଆକ୍ଟିଭ ରହିଛି । ଯେକୌଣସି ମୁହୂର୍ତ୍ତର ଯେକୌଣସି ଭିଡିଓ କିମ୍ବା ଫଟୋ ଖୁବ କମ୍ ସମୟ ଭିତରେ ଖୁବ ଭାଇରାଲ ହେଉଛି । ଯାହା ଫଳରେ ସାରା ବିଶ୍ୱର ପ୍ରତିଟି ଘଟଣା ଉପରେ ଲୋକଙ୍କ ନଜର ରହିପାରୁଛି । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାିରାଲ ହେଉଛି, ଯାହା ସମସ୍ତଙ୍କ ମୁହଁରେ ହସ ଭରିଦେଇଛି । କ୍ଲାସ ଭିତରେ ପଶି ଜଣେ ଛାତ୍ରୀଙ୍କ ସହ ମାଙ୍କଡ଼ କରିଥିବା କାରନାମାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମାଙ୍କଡ଼ଟି ପ୍ରଥମେ ଛାତ୍ରୀଙ୍କୁ ହଗ୍ କରି ପରେ ତାଙ୍କ ମଥାରେ ଚୁମ୍ବନ ଦେଇଥିବା ଦେଖାଯାଇଛି ।

ମଧ୍ୟପ୍ରଦେଶ ଛତରପୁରରୁ ଏଭଳି ଏକ ଘଟଣା ସାମନାକୁ ଆସିଛି । ମହାରାଜା ଛତ୍ରସାଲ ବୁନ୍ଦେଲଖଣ୍ଡ ୟୁନିଭର୍ସିଟିରେ ଏକ କ୍ଲାସରେ ଅଚାନକଗୋଟିଏ ମାଙ୍କଡ଼ ପଶି ଆସିଥିଲା । ଏହାପରେ ସାରା କ୍ଲାସରୁମରେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ମାଙ୍ଖଡ଼କୁ ଦେଖି କ୍ଲାସରେ ଥିବା ଛାତ୍ରଛାତ୍ରୀ ଖୁବ ଭୟଭୀତ ହୋଇ ଯାଇଥିଲେ । କ୍ଲାସରୁମରେ ଥିବା ବେଞ୍ଚ୍ ଉପରେ ଡିଆଁକୁଦ କରିବା ଆରମ୍ଭ କରି ଦେଇଥିଲା । ଏହାପରେ କ୍ଲାସରୁମ ଭିତରେ ଜଣେ ଛାତ୍ରୀଙ୍କୁ ମାଙ୍କଡ଼ ଜାବୁଡ଼ି ଧରିଥିଲା ଏବଂ ପରେ ଛାତ୍ରୀଙ୍କୁ ଆଲିଙ୍ଗନ କରିଥିଲା ମାଙ୍କଡ଼ । କିଛି ସମୟ ପର୍ଯ୍ୟନ୍ତ ମାଙ୍କଡ଼ ଛାତ୍ରୀଙ୍କ ସହ ଖେଳୁଥିଲା ଏବଂ ପରେ ଛାତ୍ରୀଙ୍କ ମଥାରେ ଚୁମ୍ବନ ଦେଇଥିବା ମଧ୍ୟ ଭିଡିଓରେ ଦେଖାଯାଇଛି । ଏହା ଭିତରେ ପିଲାମାନଙ୍କ ଖାତା ଏବଂ ବହି ଚିରି ଦେଇଥିଲା ଏହି ମାଙ୍କଡ଼ ।

ତେବେ ମାଙ୍କଡ଼ଟି କୌରସି ପିଲାଙ୍କର କ୍ଷତି କରିନାହିଁ । ମାଙ୍କଡ଼ଟି ଖୁବ ଚଞ୍ଚଳ ଥିଲା, କିନ୍ତୁ କାହାକୁ କୌଣସି କ୍ଷତି କରିନାହିଁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ତେବେ କିଛି ସମୟ କ୍ଲାସରୁମରେ ମସ୍ତି କରିବା ପରେ ମାଙ୍କଡ଼ଟି ବାହାରକୁ ଚାଲିଗଲା । ଅନେକ ସମୟ ପର୍ଯ୍ୟନ୍ତ ମାଙ୍କଡ଼ଟି ପିଲାମାନଙ୍କୁ ହଇରାଣ କରିଥିବା ସେମାନେ ପ୍ରକାଶ କରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଭିଡିଓକୁ ଖୁବ ପସନ୍ଦ କରିବା ସହ ମଜାଦାର କମେଣ୍ଟ କରୁଛନ୍ତି ।

Get real time updates directly on you device, subscribe now.