fbpx

ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ

ଭୁବନେଶ୍ୱର: ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଜେଡି ନେତା ପ୍ରଦୀପ ମାଝୀ । ବିବାହ ତାରିଖ ବିଷୟରେ କୌଣସି ସୂଚନା ନ ଥିଲେ ମଧ୍ୟ ବହୁତ ଜଲଦି ସେ ବିବାହ କରିବାକୁ ଯାଉଛନ୍ତି । ଏନେଇ ସେ ନିଜେ କହିଛନ୍ତି । ଏକ ଆଞ୍ଚଳିକ ଗଣମାଧ୍ୟମର ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶାର ଫାୟାରବ୍ରାଣ୍ଡ ଲିଡର ।

ସାକ୍ଷାତକାରରେ ସମ୍ପୃକ୍ତ ସାମ୍ବାଦିକ ଯେତେବେଳେ ପ୍ରଦୀପଙ୍କୁ ତାଙ୍କ ବିବାହ ବିଷୟରେ ପଚାରିଥିଲେ, ସେତେବେଳେ ସେ ଅତିସହଜ ଢଙ୍ଗରେ ସାମାନ୍ୟ ସ୍ମିତହାସ୍ୟ ଦେଇ କହିଥିଲେ କି, ହଁ ମୁଁ ବିବାହ କରିବି । ଯେତେବେଳେ ସାମ୍ବାଦିକ ପଚାରିଥିଲେ କେବେ, ପ୍ରଦୀପ କହିଥିଲେ ଖୁବ ଶୀଘ୍ର । ଆପଣମାନେ ନିଶ୍ଚିତ ତ ଜାଣିବେ  ବୋଲି ଥିଲା ପ୍ରଦୀପଙ୍କ ଉତ୍ତର। ଆଉ ଲଭ ନା ଆରେଞ୍ଜ ମ୍ୟାରେଜ ହେବ ତାକୁ ନେଇ ପଚରାଯିବାରୁ, ପୂର୍ବତନ କଂଗ୍ରେସ ନେତା ବହୁତ ଜୋରରେ ହସିଥିଲେ । କହିଥିଲେ ଉଭୟ ।

ତେବେ ବିବାହକୁ ନେଇ ସବୁ କହିଥିବା ବେଳେ ଗୋଟିଏ କଥା କହୁକହୁ କହିଥିଲେ ପ୍ରଦୀପ ମାଝୀ କି, ଲୁଚାଛପାରେ ହେବ ବିବାହ । ଏମିତି କାହିଁକି କହିଲେ ତାର ତ ଉତ୍ତର ଦେବାକୁ ଟାଳିଯାଇଥିଲେ । ଖାଲି କହିଥିଲେ ଯାହା ହେବ ଆପଣମାନେ ଜାଣିବେନି ।

ସାକ୍ଷାତକାରରେ କଂଗ୍ରେସକୁ ପଚରା ଯିବାରୁ ବିଜେଡିରେ ଯୋଗଦେଇଥିଲେ ମଧ୍ୟ ଆଜିବି କଂଗ୍ରେସ ପ୍ରତି ପ୍ରଦୀପ ମାଝୀଙ୍କ ମନରେ ରହିଛି ସମ୍ମାନ, ଏହା ସ୍ପଷ୍ଟ ହୋଇଥିଲା । ଆଜି ମଧ୍ୟ ସେ କଂଗ୍ରେସକୁ ଝୁରିହେଉଥିବା ପରି ତାଙ୍କ କଥାରୁ ଜଣାପଡିଥିଲା । ସେ ଏକ ପ୍ରଶ୍ନ ଉତ୍ତରରେ କହିଥିଲେ କି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କଥା ତାଙ୍କର ଅନେକ ମନେପଡେ । ରାହୁଲଙ୍କ ରାଜନୈତିକ ଅଭିଜ୍ଞତାକୁ ନେଇ ମଧ୍ୟ ପ୍ରଶଂସା କରିଥିଲେ ପ୍ରଦୀପ । ହେଲେ ସେ କେବେ ବି ଆଉ କଂଗ୍ରେସକୁ ବ୍ୟାକ କରିବେ ନାହିଁ ବୋଲି କହିଥିଲେ ।

Get real time updates directly on you device, subscribe now.