fbpx

ଜୋମାଟୋକୁ ଲାଗିଲା ବଡ଼ ଝଟକା, ଇସ୍ତଫା ଦେଲେ ସହ ପ୍ରତିଷ୍ଠାତା ଆକୃତି ଚୋପଡ଼ା, ୧୩ ବର୍ଷ ପରେ ଛାଡ଼ିଲେ କମ୍ପାନୀ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭେରୀ ପ୍ଲାଟଫର୍ମ ଜୋମାଟୋ । ନିକଟରେ କମ୍ପାନୀର ସହ ପ୍ରତିଷ୍ଠାତା ଆକୃତି ଚୋପଡ଼ା ଇସ୍ତଫା ଦେଇଛନ୍ତି । ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲଙ୍କୁ ଇ-ମେଲ୍ ଯୋଗେ ନିଜ ଇସ୍ତଫା ବିଷରେ ସୂଚନା ଦେଇଥିଲେ । ଏହା ପରେ କମ୍ପାନୀ ପକ୍ଷରୁ ଷ୍ଟକ୍ ଏକ୍ସଚେଞ୍ଜକୁ ତାଙ୍କ ଇସ୍ତଫା ବିଷୟରେ ସୂଚିତ କରାଯାଇଥିଲା । କମ୍ପାନୀ ପକ୍ଷରୁ କୁହାଯାଇଥିଲା କି ଜୋମାଟୋ ସହ ପ୍ରତିଷ୍ଠାତା ଏବଂ ଚିଫ୍ ପିପୁଲ୍ସ ଅଫିସର ଆକୃତି ଚୋପଡ଼ା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ୧୩ ବର୍ଷର କାର୍ଯ୍ୟକାଳ ବର୍ତ୍ତମାନ ଶେଷ ହେଉଛି ।

ଆକୃତି ଚୋପଡ଼ା ଜୋମାଟୋ ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲଙ୍କୁ ଇ-ମେଲରେ ଲେଖିଥିଲେ, ‘ମୁଁ ଔପଚାରିକ ଭାବେ ନିଜ ଇସ୍ତଫା ପତ୍ର ଦେଉଛି । ଏହା ସେପ୍ଟେମ୍ବର ୨୭, ୨୦୨୪ରେ କାର୍ଯ୍ୟକାରୀ ହେବ । ୧୩ ବର୍ଷର ଅବିଶ୍ୱସନୀୟ ଏବଂ ସମୃଦ୍ଧ ଯାତ୍ରା ପାଇଁ ଧନ୍ୟବାଦ । ଆପଣଙ୍କ ଠାରୁ କେବଳ ଗୋଟିଏ କଲ୍ ଦୂରତାରେ ଅଛି । ଆପଣଙ୍କୁ ଏବଂ ସମସ୍ତଙ୍କୁ ମୋର ଶୁଭକାମନା ।’ କହିରଖୁଛୁ ୨୦୧୧ରେ ଆକୃତି ଜୋମାଟୋରେ ଫାଇନାନ୍ସ ଏବଂ ଅପରେସନ୍ସରେ ବରିଷ୍ଠ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ । ଏହା ପରେ ସେ ଚିଫ୍ ଫାଇନାନ୍ସିଆଲ ଅଫିସର ଭାବେ କାମ କରିଥିଲେ । ୨୦୨୦ରେ ଏହି ପଦ ଅକ୍ଷତ ଗୋୟଲଙ୍କୁ ହସ୍ତାନ୍ତର କରାଯାଇଥିଲା ।

Get real time updates directly on you device, subscribe now.