fbpx

ଜମ୍ମୁକାଶ୍ମୀରରେ ଏନକାଉଣ୍ଟର; 4 ଯବାନ ଗୁରୁତର, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ଆଜି ସକାଳୁ ସକାଳୁ ଜମ୍ମୁକାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ମଧ୍ୟ ଏହା ଜାରି ରହିଛି । ତେବେ ଏହି ଏନକାଉଣ୍ଟରରେ 3ଜଣ ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୋସିଆଲ ମିଡିଆରେ ସୂଚନା ଦେଇ ଭାରତୀୟ ସେନା କହିଛନ୍ତି, ଏକ ସୁତ୍ରରୁ ଖବର ପାଇବା ପରେ ଆଜି କୁଲଗାମର ଆରିଗାମରେ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ଦ୍ୱାରା ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା । ତେବେ ସର୍ଚ୍ଚ ଅପରେସନରେ ସମୟରେ ଆତଙ୍କୀମାନେ ଅତର୍କିତ ଗୁଳିଚାଳନା କରିଥିଲେ । ତେବେ ବର୍ତ୍ତମାନ ମଧ୍ୟ ଏହି ଅପରେସନ ଜାରି ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଜମ୍ମୁକଶ୍ମୀର ପୋଲିସ ପକ୍ଷରୁ ଟ୍ବିଟରରେ କୁହାଯାଇଛି ଯେ, କୁଲଗାମର ଆଦିଗମ ଦେବସର ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି । ସୁରକ୍ଷାକର୍ମୀ ଏବଂ ପୋଲିସ ଏହି ଏନକାଉଣ୍ଟରରେ ସାମିଲ ରହିଛନ୍ତି । ଆଗାମୀ ସମୟରେ ଅପଡେଟ ନେଇ ସୂଚନା ଦିଆଯିବ ।

Get real time updates directly on you device, subscribe now.