fbpx

(Video) ଏବେ ଅଣ୍ଟା ଦରଜର ନୋ ଟେନସନ୍, ବସିକି ନୁହେଁ ଶୋଇକି ଚଲାଇପାରିବେ ବାଇକ୍

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜିରେ ଉନ୍ନତି ହେଉଛି । ନୂଆନୂଆ ଉତ୍ପାଦ ମାର୍କେଟକୁ ଆସୁଛି । ଗ୍ରାହକମାନଙ୍କ ପସନ୍ଦ ମୁତାବକ ମାର୍କେଟକୁ ଆଣୁଛନ୍ତି କମ୍ପାନୀ । ଏଭଳି ଏକ କୌତୁହଳ ବାଇକ୍ ବର୍ତ୍ତମାନ ମାର୍କେଟକୁ ଆସିଛି । କାର୍, ବାଇକ୍, ସ୍କୁଟର ଏବଂ ସାଇକେଲ୍ ତିଆରି କରିବାରେ ଡିଜାଇନ, ଜ୍ଞାନକୌଶଳ ଏବଂ ବୁଦ୍ଧିର ଆବଶ୍ୟକତା ରହିଥାଏ । ବର୍ତ୍ତମାନ ସମୟରେ ଯାନ ଗୁଡିକୁ ଏଭଳି ନିର୍ମାଣ କରାଯାଉଛି, ଯାହାକି ଆରାମଦାୟକ ସହିତ ନିରାପଦ ଏବଂ ଆଖିକୁ ସୁନ୍ଦର ମଧ୍ୟ ଦେଖାଯାଉଛି । କିନ୍ତୁ ଅଭିନବ ଡିଜାଇନ୍ ସବୁବେଳେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଅନ୍ୟ ଦିଗକୁ ଯଦି ଦେଖିବା ତାହାଲେ ଏଭଳି ଅନେକ ଉଦ୍ଭାବନ ରହିଛି, ତଥାପି, ସେଠାରେ ଅନେକ ଉଦ୍ଭାବନ ଅଛି ଯାହାକି କୌଣସି କମ୍ପାନୀ ଦ୍ବାରା ଉଦ୍ଭାବନ ହୁଏ ନାହିଁ ବରଂ ଲୋକଙ୍କ ଦ୍ବାରା ହୋଇଥାଏ ।

ତେବେ ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନଦେଖିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେ ନାହିଁ । ଯଦି ଆମେ ଭାଇରାଲ ଭିଡିଓ ଦେଖିବା ତାହେଲେ ତାହେଲେ ଏହାର ଗଠନ ବୁଝିବା ଟିକେ ମୁସ୍କିଲ ହୋଇପଡିବ । ଏହା ସମ୍ପୁର୍ଣ୍ଣ ଭାବେ ବାଇକ୍ କି ସାଇକଲ ଭଳି ଦେଖାଯାଏ ନାହିଁ । ଏହାକୁ ଚଲାଇବାର ଅନ୍ଦାଜା ମଧ୍ୟ ଭିନ୍ନ ରହିଛି । ତେବେ ଭାଇରାଲ ହେଉଥିବା ଭିଡିଓରେ ନବସି ବ୍ୟକ୍ତିଜଣକ ଶୋଇକି ଚଲାଉଥିବା ଦେଖାଯାଇଛି । ତେବେ ଭୂପୃଷ୍ଠରୁ ଗାଡିର ଲମ୍ବ କମ୍ ଥିବା ଦେଖାଯାଇଛି । ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓ 1.5 କୋଟିରୁ ଅଧିକ ଲୋକ ଦେଖୁଥିବା ବେଳେ 2.5 ଲକ୍ଷ ଲୋକେ ଏହି ଭିଡିଓକୁ ଲାଇକ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.