fbpx

ସ୍ୱାସ୍ଥ୍ୟ ପାଇଁ ଚାଲିବା ଜରୁରୀ, ହେଲେ ଅଧିକ ବା କମ ସୃଷ୍ଟି କରେ ସମସ୍ୟା, ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଓଡିଶା ଭାସ୍କର: ସୁସ୍ୱାସ୍ଥ୍ୟ ପାଇଁ ଆମ ଦୈନନ୍ଦିର ଜୀବନରେ ଚାଲିବାର ଏକ ଗୁରୁତ୍ୱ ରହିଛି । ସେଥିପାଇଁ ତ ଆଜିକାଲି ଡାକ୍ତର ଲୋକଙ୍କୁ ଚାଲିବାକୁ ପରାମର୍ଶ ଦେଉଛନ୍ତି । ତେବେ ସବୁ ଶ୍ରେଣୀ ପାଇଁ ସମାନ ପାଦ ଚାଲିବା ଜରୁରୀ ନୁହେଁ । ପିଲାଙ୍କ ପାଇଁ କେତେପାଦ ଚାଲିବେ, ଯୁବାବସ୍ଥାରେ କେତେ ଓ ବୟସାଧିକ୍ୟ ସମୟରେ କେତେ ପାଦ ଚାଲିବା ଦରକାର ତାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିର୍ଦ୍ଦେଶନାମା ରହିଛି ।

ଆଜିର ଯୁଗରେ ଆମ ଭିତରୁ ଅନେକ ବସି ବସି କାମ କରିଥାନ୍ତି । ଏଥିରେ ଶାରୀରିକ ପରିଶ୍ରମ ନ ଥାଏ । ଘଣ୍ଟା ଘଣ୍ଟା, ଗୋଟିଏ ଜାଗାରେ ବସି କାମ କରିବାକୁ ହୋଇଥାଏ । ଯାହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରତିଫଳିତ ହେଉଛି । ଆମକୁ ମୋଟାପଣ, ମଧୁମେୟ, ହୃଦକ୍ଷାତ ପରି ରୋଗ ହେଉଛି । ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ଡାକ୍ତର ଯାହା ବି ପରାମର୍ଶ ଦିଅନ୍ତୁନ ନା କାହିଁକି, ସେମାନଙ୍କ ପରାମର୍ଶରେ ଗୋଟିଏ କଥା କମନ ଥାଏ, ତାହା ୱାକ୍ ।

ଆମେରିକୀୟ କାଉନସିଲ ଅଫ ଏକ୍ସରସାଇଜ ମୁତାବକ, ଦିନକୁ ଅଢେଇ ହଜାର ପାଦ ଚାଲିବା ସୁସ୍ଥ ଜୀବନ ପାଇଁ ଜରୁରୀ । ଡାକ୍ତରଙ୍କ ମୁତାବକ, ୧୦ ହଜାର ଷ୍ଟେପ ଚାଲିବା ଅତି ଭଲ । ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାରୁ ଆମକୁ ଦୂରେଇ ରଖେ । ତେବେ ଏତେଚାଲିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ତେଣୁ ବୟସ ମୁତାବକ ଚାଲିବା ଅଭ୍ୟାସ କରିବା ଦରକାର । ୧୮-୫୦ ବର୍ଷ ମଧ୍ୟରେ ଜଣକୁ ୧୨ ହଜାରଷ୍ଟେପ ଚାଲିବା ଜରୁରୀ । ୬୦ରୁ ଅଧିକ ବୟସର ହୋଇଥିଲେ ଏହାକୁ କମାଇ ୮ ହଜାର ଭିତରେ ରଖନ୍ତୁ । ଏହା ପୁରୁଷଙ୍କ ପାଇଁ ।

ମହିଳାଙ୍କ ପାଇଁ ୪୦ ବର୍ଷରୁ ଅଧିକା ହୋଇଥିଲେ ୧୨ ହଜାର, ୫୦ ହୋଇଥିଲେ ୧୧ ହଜାର ଓ ୫୦-୬୦ ମଧ୍ୟରେ ବୟସ ହୋଇଥିଲେ ୧୦ ହଜାର ପାଦ ଚାଲିବା ଦରକାର ।

Get real time updates directly on you device, subscribe now.