fbpx

ମହାକାଶରେ ଫସି ରହିଥିବା ସୁନିତା ଓ ବୁଚଙ୍କୁ ଆଣିବାକୁ ଗଲା ସ୍ପେସ୍ କ୍ରାପ୍ଟ

ଓଡିଶା ଭାସ୍କର: ଗତ ଜୁନ ୮ ତାରିଖରୁ ଆନ୍ତର୍ଜାତିକ ମହାକାଶ ସେଣ୍ଟର(ଆଇଏସଏସ)ରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ, ଆମେରିକୀୟ ମହାକାଶ ଯାତ୍ରୀ ସୁନିତା ୱିଲିୟମ ଓ ବୁଚ ଭିଲମୋରଙ୍କ ଉଦ୍ଧାର ଆଭିଯାନ ଆରମ୍ଭ କରିଛି ଆମେରିକୀୟ ଗବେଷଣା ସେଣ୍ଟର ନାସା । ଶନିବାର ଦିନ ଏହି ଦୁଇ ମହାକାଶଚାରୀଙ୍କୁ ମହାକାଶ ସେଣ୍ଟରରୁ ଆଣିବାକୁ ଦୁଇ ମହାକାଶଚାରୀଙ୍କୁ ନେଇ ଯାଇଛି ନାସାର ୱି ନାମକ ମହାକଶ ଯାନ ।

ମହାକାଶରେ ଫସିଥିବା ଦୁଇ ମହାକାଶଚାରୀଙ୍କୁ ସ୍ପେସ କ୍ରାଫ୍ଟ ଉଡାଣ ଭରିସାରିଛି ।ଯାନରେ ୪ ଜଣଙ୍କ ପାଇଁ ସ୍ଥାନ ରହିଥିବା ବେଳେ କିନ୍ତୁ ମାତ୍ର ଦୁଇଜଣ ଚଳିତ ଥର ଯାଇଛନ୍ତି । ଆଉ ଦୁଇଟି ଆସନ ଖାଲି ରହିଛି । ଯାନ ଫେରିବା ସମୟରେ ସୁନିତା ଓ ବୁଲଙ୍କୁ ସାଙ୍ଗରେ ଆଣିବେ । ତେବେ ବର୍ତ୍ତମାନ ସୁନିତା ଫେରିବାର ଯୋଜନା ନାହିଁ । ଏହି ଦୁଇ ମହାକାଶଚାରୀଙ୍କର ଆଇଏସଏସ ସେଣ୍ଟରରେ ନିଜ ଗବେଷଣା ଶେଷ କରି ଆସନ୍ତା ଫେବୃଆରୀରେ ଫୃଥିବୀକୁ ଆସିବା ସମୟରେ ସେମାନଙ୍କୁ ସାଙ୍ଗରେ ନେଇ ଫେରିବେ ବୋଲି ନାସା ପ୍ରମୁଖ ବିଲ ନେଲ୍ସନ ଏକ୍ସରେ ସୂଚନା ଦେଇ ଶୁଭେଚ୍ଛା ଜଣାଇଛନ୍ତି ।

ସୁନିତା ଓ ବୁଲ ଜୁନ ମାସରେ ମାତ୍ର ୮ ଦିନ ପାଇଁ ମହାକାଶ ଅଭିମୁଖେ ଉଡାଣ ଭରିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ସ୍ପସ୍ କ୍ରାପ୍ଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତେଣୁ ସେଠାରେ ଫସି ରହିଥିଲେ ଦୁଇ ମହାକାଶ ଯାତ୍ରୀ । ନାସା ପକ୍ଷରୁ ଯେତେ ଯାହା କରାଗଲେ ମଧ୍ୟ କୌଣସି ଫଳ ମିଳିନଥିଲା । ଶେଷରେ ଶନିବାର ନାସା ଦୁଇ ମହାକାଶଚାରୀଙ୍କୁ ଆଣିବାକୁ ଅନ୍ୟ ଦୁଇଜଣଙ୍କୁ ପଠାଇଛି ।

ତେବେ ନାସା ମହାକାଶକୁ ପ୍ରତି ୬ ମାସରେ ମହାକାଶଚାରୀ ପ୍ରେରଣ କରିଥାଏ । ଏହି କ୍ରମରେ ଏହି ଯାନ ଯାଉଛି । ପୂର୍ବରୁ ଏଥିରେ ମହାକାଶକୁ ୪ ଜଣଙ୍କୁ ପଠାଇବାର ପ୍ରସ୍ତୁତି ହୋଇଥିଲା । କିନ୍ତୁ ସୁନିତା ଓ ବୁଚଙ୍କ ଉଦ୍ଧାର ପାଇଁ ଦୁଇଜଣ ଯାଉଛନ୍ତି ।

Get real time updates directly on you device, subscribe now.