fbpx

ଚାଇନା ରସୁଣ ଖାଉଛନ୍ତି କି, ହୋଇଯାଆନ୍ତୁ ସତର୍କ, ବହୁ ରୋଗର ଗନ୍ତାଘର ଡ୍ରାଗନର ସାମଗ୍ରୀ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ଚାଇନା ରସୁଣ । ସରକାରୀ ତାଗିଦକୁ ନାହିଁ ଲାଭଖୋର ବ୍ୟବସାୟୀଙ୍କ ଖାତିର । ଭଲ ଲାଭ ପାଇଁ ଚୀନର ଚକ୍ରାନ୍ତକୁ କରୁଛନ୍ତି ଫଳବତୀ । ବର୍ତ୍ତମାନ ଦେଶରେ ଚାଇନା ରସୁଣର ଚାହିଦା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଲାଣି । କାରଣ ଚାଇନା ରସୁଣ ବିକ୍ରିବଟା ବୃଦ୍ଧି ପାଇବା ଦେଶବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି ।

ଏବେ ବଜାରରେ ରସୁଣ ଦର ୪୦୦ ବା ତାଠାରୁ ଅଧିକ ରହିଛି । ଏଥିରେ ଦେଶୀ ଓ ବିଦେଶୀ ଦୁଇ ପ୍ରକାରର ରସୁଣ ରହିଛି । ଲୋକେ ଦେଶୀ ଅପେକ୍ଷା ବିଦେଶୀ ବା ଚାଇନା ରସୁଣକୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ଦେଶର ଚାଷୀ ଏଥିରେ କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ଚାଷୀ କ୍ଷତିଗ୍ରସ୍ତ ହେବା ଯେତିକି ଚିନ୍ତାର କାରଣ ନୁହେଁ ଚାଇନା ରସୁଣ ପାଇଁ ଲୋକଙ୍କ ଭିତରେ ନାନା ରୋଗ ହେଉଥିବା ଜଣାପଡିଛି ।

ବଜାରରେ ମିଳୁଥିବା ଚାଇନା ରସୁଣ ଦେଖିବାକୁ ଆକର୍ଷଣୀୟ । ଏହା ସଫା ଧଳା ହେବା ସହ ଏହାର କୋଲା ବଡ ଓ ମୋଟା । ଫଳରେ ରସୁଣ ଚୋପା ଛଡାଇବାକୁ ଅଧିକ କସରତ କରିବାକୁ ହୋଇନଥାଏ । ଏହି ରସୁଣ ମଧ୍ୟ ଆକାରରେ ଦେଶୀ ଠାରୁ ବଡ । ତେଣୁ ଲୋକମାନେ ସମୟ ବଞ୍ଚାଇବାକୁ ଚାଇନା ରସୁଣ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି । ହେଲେ ଏହି ରସୁଣ ବ୍ୟବହାର ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେଉଛି । ଚାଇନା ରସୁଣ ଖାଇବା ଦ୍ୱାରା କିଡନୀଜନିତ ରୋଗ ହେବା ସହ ଏହାର ଚାଷରେ ସିନ୍ଥେଟିକ୍ସ ବ୍ୟବହାର କରାଯାଉଥିବାରୁ ବହୁ ରୋଗର କାରଣ ହୋଇଥାଏ ।

ସେଥିପାଇଁ ୟୁପି ହାଇକୋର୍ଟରେ ଚାଇନା ରସୁଣକୁ ଦେଶରେ ବ୍ୟାନ କରିବାକୁ ଏକ ଆବେଦନ ହୋଇଥିଲା । ଏଥିରେ ସ୍ୱାସ୍ଥ୍ୟସମସ୍ୟା ସୃଷ୍ଟି ହେଉଥିବା ନେଇ କୋର୍ଟଙ୍କ ଜଣାଯାଇଥିଲା । ତେଣୁ ଚଳିତ ବର୍ଷ ପ୍ରାରବ୍ଧରେ ଚାଇନା ରସୁଣ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । କିନ୍ତୁ କିଛି ଲାଭଖୋର ବ୍ୟବସାୟୀଙ୍କ ପାଇଁ କିଛି ଦିନର ବ୍ୟବଧାନ ପରେ ପୁଣି ବଜାରରେ ଚୀନରୁ ଆସୁଥିବା ରସୁଣର ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.