fbpx

ଗଛ ଡାଳରେ ଶୋଇ ବି ତଳେ ପଡ଼ିନଥାଏ ପକ୍ଷୀ, ଜାଣନ୍ତୁ ଏହା ପଛର କାରଣ

ଓଡ଼ିଶା ଭାସ୍କର: ମନୁଷ୍ୟ ହେଉ କିମ୍ବା ପଶୁପକ୍ଷୀ ନିଦ୍ରା ସମସ୍ତଙ୍କ ପାଇଁ ଜରୁରୀ ଅଟେ । ମନୁଷ୍ୟ ଏବଂ ପଶୁପକ୍ଷୀଙ୍କ ଶୋଇବା ଶୈଳୀ ଭିନ୍ନ ଅଟେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ପକ୍ଷୀ ଗଛରେ ଶୋଇବା ସମୟରେ ତଳେ ପଡ଼ିନଥାଏ କ’ଣ ପାଇଁ ? ଅନେକଙ୍କ ମନରେ ଏପରି ପ୍ରଶ୍ନ ଉଠୁଥିବ । ତେବେ ଆସନ୍ତୁ ଜାଣିବା ଏବିଷୟରେ ।

ମନ୍ୟଷ୍ୟ ଗଭୀର ନିଦ୍ରାରେ ଶୋଇଥିଲେ ଅଚେତ ଅବସ୍ଥାରେ ଥାଏ । ଏମିତିରେ ସେ ଅନେକ ଥର କଡ଼ ଲେଉଟାଇଥାଏ । ପ୍ରାୟତଃ ଚଟାଣରେ ଶୋଇଲେ କିଛି ଅସୁବିଧା ହୋଇନଥାଏ କିନ୍ତୁ ଖଟରେ କିମ୍ବା କୌଣସି ଉଚ୍ଚା ସ୍ଥାନରେ ଶୋଇଲେ ତଳେ ପଡ଼ିଯିବାର ସମ୍ଭାବନା ରହିଛି । ଅପରପକ୍ଷରେ ପକ୍ଷୀଟିଏ ଗଛ ଡାଳରେ ରାତିସାରା ଶୋଇଲେ ମଧ୍ୟ ପଡ଼ିନଥାଏ । ଏହା କିପରି ସମ୍ଭବ ?

କିପରି ଶୋଇଥାନ୍ତି ପକ୍ଷୀ ?

ବର୍ତ୍ତମାନ ପ୍ରଶ୍ନ ଏହା ଉଠୁଛି କି ପକ୍ଷୀମାନେ ଗଛରେ କିପରି ଶୋଇଥାନ୍ତି ? କହିରଖୁଛୁ କି ପକ୍ଷୀଙ୍କ ନିଦ କେବଳ ୧୦ ସେକେଣ୍ଡର ରହିଥାଏ । ଆର୍ଥାତ ପକ୍ଷୀମାନେ ଛୋଟ ଛୋଟ ନିଦ ନେଇଥାନ୍ତି । ଅନେକ ସମୟରେ ପକ୍ଷୀ ଗୋଟିଏ ଆଖି ଖୋଲି ମଧ୍ୟ ଶୋଇଥାଏ । ସେମାନେ ତାଙ୍କ ମସ୍ତିଷ୍କକୁ ଏପରି ଭାବରେ ନିୟନ୍ତ୍ରଣ କରିଥାନ୍ତି କି ଶୋଇବା ସମୟରେ ମସ୍ତିଷ୍କର ଲେଫ୍ଟ ହେମିସ୍ଫିୟର କିମ୍ବା ରାଇଟ୍ ହେମିସ୍ଫିୟର ସକ୍ରୟ ରହିଥାଏ । ଅର୍ଥାତ ଶୋଇବା ସମୟରେ ମଧ୍ୟ ପକ୍ଷୀଙ୍କ ମସ୍ତିଷ୍କ ସକ୍ରିୟ ରହିଥାଏ । ଏମିତିରେ ମସ୍ତିଷ୍କର ଲେଫ୍ଟ ହେମିସ୍ଫିୟର ସକ୍ରିୟ ଥିଲେ ଡାହାଣ ଆଖି ଖୋଲିଥାଏ ଏବଂ ମସ୍ତିଷ୍କର ଡାହାଣ ହେମିସ୍ଫିୟର ସକ୍ରିୟ ଥିଲେ ବାମ ଆଖି ଖୋଲିଥାଏ । ଏହା ଦ୍ୱାରା ସେମାନେ ଶୋଇବା ସମୟରେ ମଧ୍ୟ ବିପଦ ବିଷୟରେ ଜାଣି ପାରନ୍ତି ଏବଂ ନିଜକୁ ସୁରକ୍ଷିତ ରଖିପାରନ୍ତି ।

କାହିଁକି ତଳେ ପଡ଼ିନଥାନ୍ତି ପକ୍ଷୀ ?

– ବାସ୍ତବରେ ପକ୍ଷୀଙ୍କ ମସ୍ତିଷ୍କର ଗୋଟିଏ ଭାଗ ସକ୍ରିୟ ରହିବା କାରଣରୁ ସେମାନେ ସତର୍କ ରହିଥାନ୍ତି ।

– ପକ୍ଷୀଙ୍କ ପାଦର ଆକୃତି କିମ୍ବା ଗଢ଼ଣ ଏପରି ହୋଇଥାଏ କି ଏଥିରେ କୌଣସି ବସ୍ତୁକୁ ଧରିବାର କ୍ଷମତା ରହିଛି । ତେଣୁ ଶୋଇବା ସମୟରେ ଗଛ ଶାଖାକୁ ଜାବୁଡ଼ି ଧରିବାରେ ସହାୟକ ହୋଇଥାଏ ପକ୍ଷୀଙ୍କ ପଞ୍ଝା ।

– ପକ୍ଷୀଙ୍କ ପଞ୍ଝା ଏକ ପ୍ରକାର ଲକ୍ ପରି କାମ କରିଥାଏ । ଯାହା ଶାଖାକୁ ସେପର୍ଯ୍ୟନ୍ତ ଛାଡ଼ିନଥାଏ ଯେପର୍ଯ୍ୟନ୍ତ ପକ୍ଷୀ ନିଦରୁ ଉଠିନଥାଏ । ଆଶ୍ଚର୍ଯ୍ୟର ବିଷୟ କି ଝୁଲୁଥିବା ଅବସ୍ଥାରେ ବି ପକ୍ଷୀ ଶୋଇପାରେ ।

Get real time updates directly on you device, subscribe now.