fbpx

(Video) ଗୌରବ ତନେଜାଙ୍କ ସ୍ତ୍ରୀ କାନ୍ଦି କାନ୍ଦି ପହଞ୍ଚିଲେ ପ୍ରେମାନନ୍ଦ ମହାରାଜଙ୍କ ପାଖେ, କହିଲେ ମୋ ସ୍ୱାମୀ..

ନୂଆଦିଲ୍ଲୀ: ଗୌରବ ତନେଜା ଜଣେ ୟୁଟ୍ୟୁବର, ତାଙ୍କର ଫଲୋର୍ସ ସଂଖ୍ୟା ମିଲିୟନ। ଫାଇଙ୍ଗ ବିଷ୍ଟ ନାମରେ ତାଙ୍କୁ ଲୋକେ ଜାଣିଛନ୍ତି। ସେ ବହୁ ସମୟରୁ ନିଜ ଫ୍ୟାମିଲି ସହ ୟୁଟ୍ୟୁବରରେ ବ୍ଲଗ କରନ୍ତି, ଦେଶରୁ ବିଦେଶ ଯାଏଁ ତାଙ୍କ ସ୍ତ୍ରୀ ଫେମସ ଅଟନ୍ତି। ହେଲେ ଏହାରି ମଧ୍ୟରେ ଗୌରବ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହେବାର ଏକ ଖବର ସାମ୍ନାକୁ ଆସିଛି। ଏହି ସମୟରେ ତାଙ୍କ ସ୍ତ୍ରୀ ସନ୍ଥ ପ୍ରେମାନନ୍ଦଙ୍କ ଦୁଆରେ ପହଞ୍ଚିଛନ୍ତି।

ଯେଉଁଥିରେ ଗୌରବ ତନେଜାଙ୍କ ପତ୍ନୀ ରିତୁ ରାଠୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ସେ ମହାରାଜାଙ୍କୁ କହିଛନ୍ତି ଯେ, ମୁଁ ନିଜ ସ୍ୱାମୀଙ୍କୁ ଭଲପାଇଲି, ହେଲେ ସେ ମୋତେ ଧୋକା ଦେଲେ। ଯାହାପରେ ମୁଁ ତାଙ୍କଠାରୁ ଦୂରରେ ରହୁଛି ଏବଂ ଦୁଇ ଶିଶୁଙ୍କ ଲାଳନ ପାଳନ କରିବା ପାଇଁ ଚାକିରି କରୁଛି।

ସେ ଆଗାକୁ ପଚାରିଛନ୍ତି, ମହାରାଜ ଶ୍ରୀ ଜୀଙ୍କ ସେବା ପାଇଁ ସବୁକିଛି ତ୍ୟାଗ କରିଦେବି ନା ଅର୍ଜୁନଙ୍କ ଭଳି ନିଜ ଶିଶୁଙ୍କ ହକ ପାଇଁ ଲଢିବି। ଏହାକୁ ନେଇ ମହାରାଜ କହିଲେ ଯେ, ଶ୍ରୀ ଜୀଙ୍କୁ ମନ ଭିତରୁ ପ୍ରେମ କରନ୍ତୁ ଏବଂ ବାହାରୁ ଶିଶୁମାନଙ୍କୁ ଧ୍ୟାନ ଦିଅନ୍ତୁ। ଶିଶୁଙ୍କ ଅଧିକାରର ସଂପତ୍ତି ତାଙ୍କ ପିତାଙ୍କଠାରୁ ସେମାନଙ୍କୁ ଦିଅନ୍ତୁ। ତୁମେ ତାଙ୍କ ମାଆ ଏବଂ ସେ ତାଙ୍କ ବାପା, ସେଥିପାଇଁ ଶିଶୁମାନଙ୍କର ତାଙ୍କ ସଂପତ୍ତି ଉପରେ ସଂପୂର୍ଣ୍ଣ ଅଧିକାର ରହିଛି।

ରିତୁ ରାଠୀ ଆହୁରି ମାହାରଜଙ୍କୁ ପଚାରିଛନ୍ତି ଯେ, ମୁ ଚାକିରି କରି ପିଲାମାନଙ୍କୁ ଚଳାଇପାରିବି ହେଲେ ସେମାନଙ୍କୁ ସମୟ ଦେବା ପାଇଁ ମୋତେ ଚାକିରି ଛାଡିବାକୁ ପଡିପାରେ। ଯାହାପରେ ମହାରାଜ ତାଙ୍କୁ ପଚାରିଲେ ତୁମ ପାଖେ କଣ ସେତିକି ଧନ ସଂପତ୍ତି ଅଛି, ଯେଉଁଥିରେ ତୁମେ ସେମାନଙ୍କ ଲାଳନ ପାଳନ କରିପାରିବ। ଏହା ଉପରେ ସେ କହିଛନ୍ତି ଯେ, ହଁ ମୁଁ ପଢାଇ ପାରିବି।

ଉତ୍ତରରେ ମହାରଜ କହିଛନ୍ତି ଯେ, ତୁମେ ତୁମ ସ୍ୱାମୀଙ୍କୁ କିଛି ମାଗନାହିଁ। ଯେତିକି ହୋଇପାରିବ ଝଗଡାଠାରୁ ଦୂରରେ ରୁହ। ଗୌରବ ତନେଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଯେଉଁ ଲୋକ ମୋତେ ପ୍ରେମ କରିବ, ମୁଁ ସେମାନଙ୍କୁ କରୁଛି। ବର୍ତ୍ତମାନ ଲୋକେ ଏହି ପୋଷ୍ଟକୁ ଗୌରବ ତନେଜାଙ୍କ ବ୍ୟକ୍ତିଗତ ଜୀବନ ସହ ସଂଯୋଗ କରୁଛନ୍ତି।

Get real time updates directly on you device, subscribe now.