fbpx

ଆଜି ଯାଏଁ ମାଟି ତଳୁ କେତେ ସୁନା ବାହାରିଲାଣି, ଆଉ କେତେ ଅଛି?

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଛି ସୁନା ଦର । ସୁନାରେ ନିର୍ମିତ ଅଳଙ୍କାକୁ ନେଇ ସାରା ବିଶ୍ୱରେ ବିଶେଷ ମହତ୍ତ୍ୱ ରହିଥାଏ, ବିଶେଷ କରି ବିବାହ ଭଳି ଅବସରରେ । ଗରିବରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ବିବାହରେ ସୁନାରେ ନିର୍ମିତ ଗହଣା କିଣନ୍ତି । ପୃଥିବୀର ସୁନା କେଉଁଠୁ ଆସିଲା ଜାଣନ୍ତି କି? ଯଦି ନାହିଁ ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ । ପୃଥିବୀର ଅନେକ ଦେଶରେ ସୁନା ଖଣି ରହିଛି ।

କୁହାଯାଏ ଯେ ଗତ ପାଞ୍ଚ ହଜାର ବର୍ଷ ମଧ୍ୟରେ ପୃଥିବୀରୁ ୮୦ ପ୍ରତିଶତ ସୁନା ଉତ୍ତୋଳନ କରାଯାଇଛି । ୨୦୧୭ରେ ସାରା ବିଶ୍ୱରେ ୩୬୫୫ ଟନ୍ ସୁନା ଖନନ ହୋଇଥିଲା। ଏପରିକି ଗତ ୭ ବର୍ଷ ମଧ୍ୟରେ ଏହି ସୁନା ଖନନ ଅତିକ୍ରମ କରିପାରିନାହିଁ। ୟୁଏସ୍ ଜିଓଲୋଜିକାଲ ସର୍ଭେ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ଲକ୍ଷ ଟନ୍ ସୁନା ଖନନ ହୋଇଛି। ସେହିପରି ପୃଥିବୀରେ ଏବେ ବି ୫୦ ହଜାର ଟନ୍ ସୁନା ମହଜୁଦ ରହିଛି।

ସେହିପରି କିଛି ତଥ୍ୟ ଅନୁଯାୟୀ ମାତ୍ର ୨୦ ପ୍ରତିଶତ ସୁନା ଏପରି ଯେ ଏହାକୁ ଖନନ କରାଯାଇପାରିବ। ବହୁ ଦିନ ତଳେ ସୁନାକୁ ଟଙ୍କା ଭାବେ ବ୍ୟବହାର କରାଯାଉଥିଲା। ସେହିପରି ସୁନାରୁ ତିଆରି ହୋଇଥାଏ ଅତ୍ୟନ୍ତ ସୁନ୍ଦର ଗହଣା । ମୋବାଇଲ ଫୋନ୍ ଏବଂ କମ୍ପ୍ୟୁଟର ଭଳି ଇଲେକ୍ଟ୍ରୋନିକ୍ ଡିଭାଇସରେ ମଧ୍ୟ ସୁନା ବ୍ୟବହାର କରାଯାଏ । ଏହାବ୍ୟତୀତ ସୁନାରେ ହେଉଥିବା ନିବେଶକୁ ବହୁତ ସୁରକ୍ଷିତ ବୋଲି ବିବେଚନା କରାଯାଏ ।

Get real time updates directly on you device, subscribe now.