fbpx

Relience Jioର ଦୁର୍ଗାପୂଜା ଅଫର୍: ମାତ୍ର ୧୦ ଟଙ୍କାରେ Daily 2 GB ଡାଟା, ଅନଲିମିଟେଡ୍ କଲିଙ୍ଗ ସୁବିଧା

ଓଡ଼ିଶା ଭାସ୍କର: ଭାରତର ଲୋକପ୍ରିୟ ଟେଲିକମ୍ କମ୍ପାନୀ ଜିଓ ବର୍ତ୍ତମାନ ଗ୍ରାହକଙ୍କୁ ଶସ୍ତା ରିଚାର୍ଜ ପ୍ଲାନ ଦେଉଛି । ଏବେ କମ୍ପାନୀ ଗ୍ରାହକଙ୍କୁ ଦୁର୍ଗାପୂଜା ଅବସରରେ ଏକ ଦମଦାର ଅଫର ପ୍ରଦାନ କରିଛି । ଖୁବ କମ୍ ଖର୍ଚ୍ଚରେ ଗ୍ରାହକ ଏହି ପ୍ଲାନର ଫାଇଦା ଉଠାଇପାରିବେ । ମାତ୍ର ୧୦ ଟଙ୍କାରେ ଗ୍ରାହକଙ୍କ ପାଇଁ ଏହି ରିଚାର୍ଜ ପ୍ଲାନ ଦେଇଛି ରିଲାଏନ୍ସ ଜିଓ । ଏହି ପ୍ଲାନରେ ଅନଲିମିଟେଡ କଲିଙ୍ଗ ସୁବିଧା ପାଇବା ସହ ଗ୍ରାହକ ୨ ଜିବି ଡାଟା ପାଇପାରିବେ ଗ୍ରାହକ । ଏହି ନୂଆ ପ୍ଲାନ ଜରିଆରେ ଜିଓର ଗ୍ରାହକ ସଂଖ୍ୟା ବୃଦ୍ଧି କରିବା ସହ ୟୁଜରମାନଙ୍କୁ ସର୍ବଶ୍ରେଷ୍ଠ ସୁବିଧା ଦେବାକୁ ଲକ୍ଷ୍ୟ ରଖିଛି କମ୍ପାନୀ ।

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ଏକ ଭଲ ଅଫର ଲଞ୍ଚ୍ କରିଛି କରିଛି । ୨ ଜିବି ଡାଟା, ଅସୀମିତ କଲିଂ ଏବଂ ୫ଜି ସେବା ଉପଲବ୍ଧ କରାଇଛି ଜିଓ । ଦୈନିକ ସୁଲଭ ଏବଂ ଦ୍ରୁତ ସେବା ଖୋଜୁଥିବା ଲୋକଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ । ମାତ୍ର ୧୦ ଟଙ୍କାରେ ଏହି ସେବା ଉଭୋଗ କରିପାରିବେ ରିଲାଏନ୍ସ ଜିଓର ସମସ୍ତ ଗ୍ରାହକ ।

ରିଲାଏନ୍ସ ଜିଓ ବର୍ତ୍ତମାନ ୯୯୯ ଟଙ୍କାର ଏକ ନୂଆ ପ୍ଲାନ ଲଞ୍ଚ କରିଛି । ଏହାର ବୈଧତା ୯୮ ଦିନ ପର୍ଯ୍ୟନ୍ତ ରହିବ । ଏହି ପ୍ଲାନରେ ୟୁଜର ପ୍ରତ୍ୟେକ ଦିନ ୨ ଜିବି ଲେଖାଏଁ ଡାଟା ପାଇପାରିବେ । ସେହିପରି ପ୍ଲାନରେ ଅନଲିମିଟେଡ କଲିଙ୍ଗ ସାଙ୍ଗକୁ ପ୍ରତିଦିନ ୧୦୦ ଏସଏମଏସ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ତେବେ ୟୁଜର ଏହି ପ୍ଲାନରେ ଅନଲିମିଟେଡ ୫ଜି ଇଣ୍ଟରନେଟ ଆକ୍ସେସ ପାଇବା ସହ ଜିଓର ବିଭିନ୍ନ ଆପ୍ଲିକେସନ୍ ବ୍ୟବହାର କରିପାରିବେ । ଏୟାରଟେଲ କିମ୍ବା ଭୋଡ଼ାଫୋନ୍ ଆଇଡିଆ ତରଫରୁ ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ଜିଓ ଏହି ନୂଆ ପ୍ଲାନ ଲଞ୍ଚ୍ କରିଛି । ତେବେ ମହଙ୍ଗା ରିଚାର୍ଜ ପ୍ଲାନ ମଧ୍ୟରେ ଜିଓର ଏହି ପ୍ଲାନ ଗ୍ରାହକଙ୍କୁ ଆକର୍ଷଣ କରିବ ବୋଲି ଆଶା କରାଯାଉଛି ।

ଜିଓ ଏହାର ଅଧିକ ଡାଟା ଏବଂ କଲିଂ ସେବା ପ୍ରଦାନ କରି ଗ୍ରାହକମାନଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରିଛି । ଏହି ଅଫର ଶସ୍ତା ଏବଂ ଉନ୍ନତ ଇଣ୍ଟରନେଟ୍ ଏବଂ କଲିଂ ସେବା ଖୋଜୁଥିବା ଆକର୍ଷିତ କରିବ । ଏହା ବ୍ୟତୀତ, ଜିଓ ଏହି ଯୋଜନାରେ ଏହାର ୫ଜି ନେଟୱାର୍କ ଏବଂ ଅନ୍ୟାନ୍ୟ ପ୍ରିମିୟମ୍ ସେବାକୁ ମଧ୍ୟ ଅନ୍ତର୍ଭୁକ୍ତ କରି ଏହାକୁ ଅଧିକ ଆକର୍ଷଣୀୟ କରିଛି ।

Get real time updates directly on you device, subscribe now.