fbpx

ରିସର୍ଚ୍ଚରେ ଖୁଲାସା, କେବଳ ମୁଡ୍ ନୁହେଁ ଆଇସକ୍ରିମ ଖାଇଲେ ହେବନି ଏହି ରୋଗ

ନୂଆଦିଲ୍ଲୀ: ଆଇସକ୍ରିମର ନାଁ ଶୁଣିଲା ମାତ୍ରେ ସମସ୍ତଙ୍କ ପାଟିରୁ ଲାଳ ବାହାରିଥାଏ । ଭୋକ ଲାଗୁ କିମ୍ବା ନଲାଗୁ ଆଇସକ୍ରିମ ନାଁ ଶୁଣିଲେ ସମସ୍ତେ ଖାଇବା ପାଇଁ ଦୌଡିଯାନ୍ତି । ଖରା, ବର୍ଷା, ଶୀତ ସବୁ ମାସରେ ଆଇସକ୍ରିମ ଖାଇବା ପାଇଁ ଇଚ୍ଛା ହୋଇଥାଏ । ତେବେ ଅନେକ ଲୋକ ଭାବନ୍ତି ଏହା ଶରୀର ପକ୍ଷେ ହାନିକାରଣକ । କାରଣ ଆଇସକ୍ରିମରେ ଅଧିକ ଚିନି, ଫ୍ଲେବର ଏବଂ କଲର ମିଶିଥିବା କାରଣରୁ ଏହା ଶରୀର ପକ୍ଷେ କ୍ଷତିକାରକ ବୋଲି କିଛି ଜଣ କହିଥାନ୍ତି ।

ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଆଇସକ୍ରିମ ଆମ ଶରୀର ଉପରେ କୁପ୍ରଭାବ ପକାଇପାରେ । ଅନେକ ବର୍ଷ ଧରି ଆଇସକ୍ରିମ ଖାଇବା ଦ୍ବାରା ଅନେକ ରୋଗ ଭଲ ହୋଇଥାଏ । ଏହା କେବଳ ମନକୁ ଠିକ କରେ ନାହିଁ ବରଂ ଶରୀର ଉପରେ ମଧ୍ୟ ସୁପ୍ରଭାବ ପକାଇଥାଏ । ଗୋଟିଏ କପ୍ ଆଇସକ୍ରିମ ମନକୁ ପରିବର୍ତ୍ତନ କରିଥାଏ । ଏକ୍ସପର୍ଟଙ୍କ ଅନୁସାରେ, ଆଇସକ୍ରିମ ନେଚୁରାଲ କୁଲିଂ ଏଜେଣ୍ଟ ଭଳି ହୋଇଥାଏ । ଏହା ପେନ୍ ରିଲିଫ  ଏବଂ ଷ୍ଟ୍ରେସ ଦୂର କିରବାରେ ସାହାଯ୍ୟ କରିଥାଏ । ଏହାସହିତ ଖିରରେ ଟ୍ରିପ୍ଟୋଫେନ ରହିଥାଏ, ଯାହା ବ୍ରେନରେ ହାପି ହରମୋନ ଏବଂ ସେରୋଟୋନିନ ରିଲିଜ କରିବାରେ ସାହାଯ୍ୟ କରିଥାଏ ।

2021ରେ ହୋଇଥିବା ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ଆଇସକ୍ରିମ ଖାଇବା ଦ୍ବାରା ବ୍ରେନ ଆକ୍ଟିଭ ହୋଇଥାଏ ।  ଆଇସ୍କ୍ରିମ୍ ଖାଇବା ମସ୍ତିଷ୍କର ଅର୍ବିଟୋଫ୍ରୋଣ୍ଟାଲ୍ କର୍ଟେକ୍ସକୁ ତୀକ୍ଷ୍ଣ କରିଥାଏ । ଏହା କୌଣସି ଏକ ବ୍ୟକ୍ତିକୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ । ଅର୍ଥାତ୍ ଆଇସକ୍ରିମ ମୁଡ ସୁଧାରିବାରେ ସାହାଯ୍ୟ କରିଥାଏ । ଏଥିରେ ରହିଥିବା କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଥକାପଣ ଦୂର କରିବାରେ ସାହାଯ୍ୟ କରେ । ଏହା ଦ୍ବାରା ନିଦ୍ରାହୀନତା ସମସ୍ୟା ମଧ୍ୟ ରୁହେ ନାହିଁ ।

ହୃଦଘାତର ଆଶଙ୍କା କମ୍- ଆଇସ୍କ୍ରିମ୍ ଖାଇବା ଦ୍ୱାରା ହୃଦଘାତ ହେବାର ଆଶଙ୍କା କମିଯାଏ । ଦୁଗ୍ଧଜାତ ଦ୍ରବ୍ୟରୁ ପ୍ରସ୍ତୁତ ଆଇସକ୍ରିମରେ କ୍ଷୀର ଏବଂ ଚର୍ବିର ଉପସ୍ଥିତି ହେତୁ ଏକ ସ୍ୱତନ୍ତ୍ର ପ୍ରକାର ରିଆକ୍ସନ ହୋଇଥାଏ, ଯାହା ରକ୍ତରେ ଚିନି ମୁକ୍ତ ହେବାର ଗତି ହ୍ରାସ କରିଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ ଆଇସକ୍ରିମର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ମୂଲ୍ୟ ରହିଛି ଅର୍ଥାତ୍ ଏହା ଶର୍କରା ରିଲିଜକୁ ନିୟନ୍ତ୍ରଣ କରିଥାଏ। ତେଣୁ ହୃଦରୋଗର ଆଶଙ୍କା କମ୍ ରହିଥାଏ ।

ପାଚନତନ୍ତ୍ରରେ ସୁଧାର- ଆଇସକ୍ରିମରେ ଉପସ୍ଥିତ ଥିବା ପ୍ରୋବୋଟିକ୍ସ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏହା ପେଟର କ୍ରିୟାକୁ ଠିକ୍ ରଖିଥାଏ ।

Get real time updates directly on you device, subscribe now.