fbpx

କେନ୍ଦ୍ରକୁ ନେଇ ଏମିତି ଭବିଷ୍ୟବାଣୀ କଲେ ପିକେ, ଏନଡିଏ ସହଯୋଗୀ ଦଳରେ ଛନକା

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ସରକାର ଗଢିବାରେ ସଫଳ ହୋଇଛନ୍ତି । ହେଲେ ଗତ ଦୁଇଥର ଅପେକ୍ଷା ଚଳିତ ଥରର ସ୍ଥିତି ରହିଛି ଭିନ୍ନ । ଏନଡିଏ ସରକାରରେ ଥିଲେ ମଧ୍ୟ ସଂଖ୍ୟା ଦୃଷ୍ଟିରୁ କେତେବେଳେ କିଛି ବି ଘଟିବାର ଆଶଙ୍କା ରହିଛି । ଆଉ ଏହି ଆଶା, ଆଶଙ୍କା ଭିତରେ ରାଜନୀତି ରଣନୀତିକାର ତଥା ଜନ ସୂରାଜ ଦଳର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଦେଇଛନ୍ତି ବଡ ବୟାନ । ଯାହା ହୁଏତ ଏନଡିଏର ସମର୍ଥିତ ଦଳର ନେତାଙ୍କ ନିଦ ହଜେଇ ଦେଇଥିବ ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ପ୍ରଶାନ୍ତ କିଶୋର କହିଛନ୍ତି କି, ମୋଦି ସରକାରର ଲୋକପ୍ରିୟତା ହ୍ରାସ ପାଇଛି । ଦୁଇ- ଅଢେଇ ବର୍ଷ ଭିତରେ ୯ ରାଜ୍ୟର ନିର୍ବାଚନ ହେବାକୁ ଯାଉଛି । ଏହି ରାଜ୍ୟ ସବୁ ମୋଦି ସରକାରର ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର । ପ୍ରଶାନ୍ତ କହିଛନ୍ତି କି ଜମ୍ମୁ କାଶ୍ମୀର, ହରିଆଣା ନିର୍ବାଚନ ପରେ ମହାରାଷ୍ଟ୍ର ô, ଝାରଖଣ୍ଡ ନିର୍ବାଚନ ହେବ । ତା ପରେ ଦିଲ୍ଲୀ, ତାମିଲନାଡୁ, ବିହାର, ବଙ୍ଗାଲ, ଆସାମରେ ହେବ ନିର୍ବାଚନ । ଏହି ସବୁ ରାଜ୍ୟର ନିର୍ବାଚନର ଫଳାଫଳ କେନ୍ଦ୍ର ସରକାରର ସ୍ଥାୟିତ୍ୱର ଭାଗ୍ୟ ନିର୍ଦ୍ଧାରଣ କରିବ ।

ସେହିପରି ବିହାରରେ ବିଜେପିକୁ ନେଇ ପ୍ରଶାନ୍ତ କହିଛନ୍ତି କି, ବିହାରରେ ବିଜେପିକୁ ନେଇ କିଛି ଆଲୋଚନା ନାହିଁ । ବିହାର ବିଜେପିରେ ନା ସେମିତି କୌଣସି ଚେହେରା ଅଛନ୍ତି, ନାହିଁ କୌଣସି ପ୍ରଚେଷ୍ଟା ଦେଖିବାକୁ ମିଳୁଛି । ବିହାରରେ ବିଜେପି ନୀତିଶଙ୍କ ଭରସାରେ ରହିଛି । ବିହାରରେ ବିଜେପିର ଅସହାୟତା କି, ଦଳ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ପାରିବ ନାହିଁ । ଦିଲ୍ଲୀରେ ସରକାର ଚଳାଇବାକୁ ନୀତିଶଙ୍କୁ ହଟାଇ ପାରିବେନି । ବିଜେପିର ଏମିତି ସ୍ଥିତି କି ନା ବାମକୁ ଯାଇ ପାରୁଛି, ନାହିଁ ଡାହାଣକୁ । ଖାଲି ବିଜେପିକୁ ନେଇ ନୁହେଁ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ବହୁ ଟିପ୍ପଣୀ ଦେଇଛନ୍ତି ପ୍ରଶାନ୍ତ । କଂଗ୍ରେସରେ ସାମାନ୍ୟ ସୁଧାର ଆସିଛି । ଗାନ୍ଧୀ ପରିବାର ମଧ୍ୟ ବିଗତ ଦୁଇ ବର୍ଷରେ ଅନେକ ପରିଶ୍ରମ କରିଛି ।

ଦେଶର ରାଜନୀତିରେ ପିକେଙ୍କ ରଣନୀତି ଓ ଭବିଷ୍ୟବାଣୀ ବହୁ ଗୁରୁତ୍ୱ ବହନ କରିଥାଏ । ତେଣୁ ତାଙ୍କୁ ରାଜନୈତିକ ରଣନୀତିକାରର ଆଖ୍ୟା ମିଳିଛି । ବିଭିନ୍ନ ଦଳ ନିର୍ବାଚନରେ ବିଜୟ ହାସଲ କରିବାକୁ ପିକେଙ୍କୁ ରଣନୀତିକାର ଭାବେ ନେଇଥାନ୍ତି ଓ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଗରେ ରହିବେ । ବିହାରରେ ଜେଡିୟୁକୁ କ୍ଷମତାକୁ ଆଣିବାରେ ପ୍ରଶାନ୍ତ କିଶୋରଙ୍କର ରହିଥିଲା ଅବଦାନ ।

ସେହିପରି ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଏମିତି କି ବିଜେପିର ମଧ୍ୟ ମାର୍ଗଦର୍ଶନ କରିଥିଲେ ପିକେ । ଖାଲି ମାର୍ଗଦର୍ଶନ ନୁହେଁ, ପିକେ ନିର୍ବାଚନ ପରିପ୍ରେକ୍ଷୀରେ କରୁଥିବା ଭବିଷ୍ୟବାଣୀ ମଧ୍ୟ ସତ ହୋଇଥାଏ । ଚଳିତ ସାଧାରଣ ନିର୍ବାଚନ କାଳରେ ସେ କରିଥିବା ଭବିଷ୍ୟବାଣୀ ସତ ହୋଇଛି । ତେବେ ମୋଦିଙ୍କ ୪୦୦ ପାରକୁ ନେଇ ପିକେ କରିଥିବା ଭବିଷ୍ୟତବାଣୀ ମଧ୍ୟ ଠିକ ହୋଇଛି । ସେ କହିଥିଲେ ବିଜେପି ଓ ତାର ମେଣ୍ଟ ୩୦୦ ଛୁଇଁବା କଷ୍ଟ । ୨୭୦ ପାଖାପାଖି ରହିବ ।

ସେହିପରି ଓଡିଶା, ଆନ୍ଧ୍ର, ପଶ୍ଚିମ ବଙ୍ଗରେ ବିଜେପିର ପ୍ରଦର୍ଶନ ଭଳ ହେବ ବୋଲି କହିଥିଲେ ପିକେ । ପିକେ ମଧ୍ୟ ସେହି ସମୟରେ କହିଥିଲେ କି, ଓଡିଶାରେ ବିଜେଡିର ଭୋଟ ହାରରେ ବହୁ ହ୍ରାସ ଦେଖାଦେବ । ଯାହା ସତ ହୋଇଛି । ଆଗକୁ କେନ୍ଦ୍ର ସରକାରର ସ୍ଥାୟିତ୍ୱକୁ ନେଇ ଦେଇଥିବା ବୟାନ ଅନେକଙ୍କ ଆଖିରୁ ନିଦ ହଜାଇଦେବା ପରି ମନେ ହେଉଛି ।

Get real time updates directly on you device, subscribe now.