fbpx

ସ୍କୁଲ ବସରେ ଲାଗିଲା ନିଆଁ: ଛାତ୍ରଛାତ୍ରୀଙ୍କ ସମେତ ୨୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଏକ ସ୍କୁଲ ବସରେ ନିଆଁ ଲାଗିଯିବାରୁ ଛାତ୍ରଛାତ୍ରୀଙ୍କ ସମେତ ୨୫ ଜଣଙ୍କ ମୃତ୍ୟୁ ଘଟିବାର ଆଶଙ୍କା କରାଯାଉଛି। ଦମକଳ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାରେ ଜଳିଯାଇ ଅନେକ ଲୋକେ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଦୁର୍ଘଟଣା କେଉଁ କାରଣରୁ ଘଟିଛି, ଏହି ବିଷୟରେ ଏପର୍ଯ୍ୟନ୍ତ ସଠିକ ସୂଚନା ସାମ୍ନାକୁ ଆସିନାହିଁ। ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟ ଏବଂ ନିଆଁକୁ ଆୟତ୍ତ କରିବା ପାଇଁ ପୀଡିତମାନଙ୍କ ସାହାଯ୍ୟରେ ନିୟୋଜିତ ଥିଲେ।

ବ୍ୟାଙ୍ଗକକ ପୋଷ୍ଟ ଅନୁସାରେ ଏହି ବସ ଉଥାଇ ଥାନୀରେ ଏକ ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ଧରି ଯାଉଥିଲା। ଏହି ସମୟରେ ଏଥିରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳଙ୍କ କହିବାନୁସାରେ, ନିଆଁ ଲାଗିବାରେ ଅନେକ ଯୁବକ ଯାତ୍ରୀମାନଙ୍କ ମୃତ୍ୟୁ ଘଟିଛି, ବା ସେମାନେ ଆହତ ହୋଇଛନ୍ତି। ଏହି ବସରେ ୩୮ ଜଣ ଯାତ୍ରୀ ଥିଲେ। ଏଥି ମଧ୍ୟରୁ ଛାତ୍ରଛାତ୍ରୀଙ୍କ ସମେତ କିଛି ଶିକ୍ଷକ ମଧ୍ୟ ଥିଲେ।

Get real time updates directly on you device, subscribe now.