fbpx

ନଗର ଉନ୍ନୟନ ବିଭାଗ ଜାରି କଲା ବିଜ୍ଞପ୍ତି: ପଦୋନ୍ନତି ସହ ନୂଆ ସ୍ଥାନରେ ନିଯୁକ୍ତି ପାଇଲେ ୪୮ ଜଣ କନିଷ୍ଠ ଯନ୍ତ୍ରୀ (ସିଭିଲ)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଥିବା ୪୮ ଜଣ କନିଷ୍ଠ ଯନ୍ତ୍ରୀ (ସିଭିଲ) ସହକାରୀ ଯନ୍ତ୍ରୀ (ସିଭିଲ) ପଦକୁ ପଦୋନ୍ନତି ପାଇଛନ୍ତି । ପ୍ରମୋସନ କମିଟି ବିଭାଗର ସୁପାରିଶ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ମ୍ୟୁନିସିପାଲ ଇଞ୍ଜିନିୟରିଂ ସର୍ଭିସ କ୍ୟାଡରରେ ଏହି ସମସ୍ତ ଯନ୍ତ୍ରୀମାନେ ପଦୋନ୍ନତି ପାଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପଦୋନ୍ନତି ପାଇଥିବା ଯନ୍ତ୍ରୀମାନଙ୍କୁ ନୂଆ ସ୍ଥାନରେ ପୋଷ୍ଟିଂ ଦିଆଯାଇଛି । ଏନେଇ ବିଭାଗ ପକ୍ଷରୁ ସମସ୍ତ ଯନ୍ତ୍ରୀମାନଙ୍କର ଏକ ଲିଷ୍ଟ ଜରି କରାଯାଇଛି ।

Get real time updates directly on you device, subscribe now.