fbpx

(Video) ପୁଣି ଥରେ ଚମକିଲେ କୁସ୍ତିରାଣୀ ଭିନେଶ ଫୋଗଟ: ନିର୍ବାଚନ ପ୍ରଚାର ସମୟରେ ବଞ୍ଚାଇଲେ ୩ ଯୁବକଙ୍କ ଜୀବନ

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ ହେଁ ହରିୟାଣାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ସଭିଙ୍କ ହୃଦୟକୁ ଜିତିବାରେ ସକ୍ଷମ ହୋଇପାରିଥିଲେ । ନିଜର ଉଚ୍ଚକୋଟୀର ପ୍ରଦର୍ଶନ ବଳରେ ବିଶ୍ୱ ଚାମ୍ପିୟନ୍ସଙ୍କ ସମେତ ବହୁ ପ୍ରମୁଖ କୁସ୍ତିଯୋଦ୍ଧାଙ୍କୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଥିଲେ ଭିନେଶ । ଫଳରେ କୁସ୍ତିରେ ଭାରତର ରୌପ୍ୟ ପଦକ ପକ୍କା ହୋଇଯାଇଥିଲା । ତେବେ ମାତ୍ର ୧୦୦ ଗ୍ରାମ ଓଜନ ବୃଦ୍ଧି କାରଣରୁ ଭିନେଶଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ତେବେ ପଦକ ଜିତିପାରି ନଥିଲେ ହେଁ ଭିନେଶ ଦେଶର ଅଗଣିତ କ୍ରୀଡ଼ାପ୍ରେମୀଙ୍କ ହୃଦୟକୁ ଜିତିପାରିଥିଲେ ।

ତେବେ ଏହା ମଧ୍ୟରେ ପୁଣି ଥରେ ଭିନେଶ ଚର୍ଚ୍ଚାକୁ ଆସିଛନ୍ତି । ଅକ୍ଟୋବର ୫ ତାରିଖରେ ହରିୟାଣା ବିଧାନସଭା ନିର୍ବାଚନର ମତଦାନ ହେବାକୁ ଥିବା ବେଳେ ୮ରେ ଫଳାଫଳ ଘୋଷିତ ହେବ । ଏଥର ନିର୍ବାଚନରେ ଭିନେଶ ଲଢ଼ୁଥିବାରୁ ସେଥିପାଇଁ ଏବେ ସେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ପ୍ରଚାର କାର୍ଯ୍ୟ ସମୟରେ ୩ ଜଣ ଯୁବକଙ୍କ ଜୀବନ ବଞ୍ଚାଇ ପୁଣି ଥରେ ଭିନେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

ଏହା ଏକ ମଧ୍ୟରେ ଭିନେଶଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି, ଯେତେବେଳେ ଭିନେଶ ନିର୍ବାଚନ ପ୍ରଚାର ପାଇଁ ସଡ଼କ ପଥରେ ଯାଉଥିଲେ ସେହି ସମୟରେ ସେ ଏକ ବାଇକ୍ ଦୁର୍ଘଟଣାଗସ୍ତ ହୋଇଥିବା ଦେଖିଥିଲେ । ଉକ୍ତ ବାଇକରେ ୩ ଜଣ ଯୁବକ ଯାତ୍ରା କରୁଥିଲେ । ଏହି ଘଟଣା ଦେଖିବା ପରେ ଭିନେଶ ସଙ୍ଗେସଙ୍ଗେ ଅଟକି ଯାଇ ନିଜର ଅନ୍ୟ ସହଯୋଗୀଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଯୁବକମାନଙ୍କୁ ହସ୍ପିଟାଲ ପହଞ୍ଚାଇଥିଲେ । ଦୁର୍ଘଟଣା ପରେ ଯୁବକମାନେ ଅଚେତ ହୋଇପଡ଼ିଥିଲେ । ଏହା ତାଙ୍କର ଦାୟିତ୍ୱ ଥିଲା ବୋଲି ଭିନେଶ କହିଛନ୍ତି ।

Get real time updates directly on you device, subscribe now.