fbpx

ପାକିସ୍ତାନରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ! ବାବର ଆଜମ ଅଧିନାୟକ ପଦ ଛାଡ଼ିବାର କାରଣ ହେଉଛନ୍ତି ‘ବିରାଟ କୋହଲି’

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦରୁ ବାବର ଆଜମ ଇସ୍ତଫା ଦେବା ସେଇ ସୋସିଆଲ ମିଡ଼ିଆରେ ଇସ୍ତଫା ଦେଇଛନ୍ତି । ଅଧିନାୟକ ଭାବେ ତାଙ୍କର ଏହି ଯାତ୍ରା ବେଶ୍ ଶାନଦାର ଥିଲା । ତାଙ୍କର ଖେଳି କ୍ୟାରିୟର ମଧ୍ୟରେ ତାଙ୍କୁ ସମର୍ଥନ ଓ ସହଯୋଗ କରିଆସିଥିବା ତାଙ୍କର ଅଗଣିତ ପ୍ରଶଂସକଙ୍କୁ ସେ ଏହି ଅବସରରେ ଧନ୍ୟବାଦ ଦେଇଛନ୍ତି । ବାବର ପାକିସ୍ତାନର ଦିନିକିଆ ଓ ଟି-୨୦ ଟିମରୁ ଇସ୍ତଫା ଦେଇଛନ୍ତି ।

ତେବେ ବାବର ଅଧିନାୟକ ପଦ ଛାଡ଼ିବାକୁ ନେଇ ପାକିସ୍ତାନ ମିଡ଼ିଆରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ବାବର ଅଧିନାୟକ ପଦ ଛାଡ଼ିବାର ବଡ଼ କାରଣ ‘ବିରାଟ କୋହଲି’ ବୋଲି କିଛି ମିଡ଼ିଆରେ ଦାବି କରାଯାଇଛି । ଏହା ପୂର୍ବରୁ ଗତବର୍ଷ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ପରେ ବାବର ଅଧିନାୟକ ପଦ ଛାଡ଼ିଥିଲେ । ମାତ୍ର ପାରିବାରିକ ଚାପ କାରଣରୁ ତାଙ୍କୁ ପୁଣି ଥରେ ଉକ୍ତ ଦାୟିତ୍ୱ ଦିଆଯାଇଥିଲା । ମାତ୍ର ଏବେ ବିରାଟଙ୍କ ନାମ ନେଇ ତାଙ୍କୁ ପଦ ଛାଡ଼ିବାକୁ କୁହାଯାଇଥିବା ଚର୍ଚ୍ଚା ହେଉଛି ।

ଭାରତ ଓ ପାକିସ୍ତାନ ଉଭୟ ଦେଶ କ୍ରିକେଟରେ ଚିର ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ ହେଁ ବାବର ବିରାଟଙ୍କୁ ନିଜର ଆଦର୍ଶ ମାନିଥାନ୍ତି । ଏନେଇ ମଧ୍ୟ ବାବର ମିଡ଼ିଆରେ ସ୍ପଷ୍ଟ କରିସାରିଛନ୍ତି । ଜି ନ୍ୟୁଜର ଜଣେ ପତ୍ରକାରଙ୍କ ମୁତାବକ, ଟି-୨୦ ବିଶ୍ୱକପରେ ପରାଜୟ ପରେ ବାବର ବେଶ୍ ଚାପରେ ରହିଥିଲେ । ତାହା ତାଙ୍କର ଅଧିନାୟକ ପଦ ଛାଡ଼ିବାର ବଡ଼ କାରଣ । ଏଥିସହିତ ବିରାଟଙ୍କ ଉଦାହରଣ ଦେବା ସହ ପଦ ଛାଡ଼ିବାକୁ ତାଙ୍କର କିଛି ବିଶ୍ୱସ୍ତୁ ବନ୍ଧୁ ମନାଇଥିଲେ ବୋଲି ପତ୍ରକାର ଜଣଙ୍କ କହିଛନ୍ତି । ବିରାଟ ୨୦୨୧ରେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିଥିଲେ । ସେହିପରି ବାବର ମଧ୍ୟ ଅନୁରୂପ ଭାବେ ନିଷ୍ପତ୍ତି ନେବା ସହ ନିଜର ଖେଳ ଉପରେ ଧ୍ୟାନ କେନ୍ଦ୍ରିତା କରିବାକୁ ଚାହୁଁଥିବା ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଛି ।

Get real time updates directly on you device, subscribe now.