fbpx

ଶିକ୍ଷକଙ୍କ ଘରୁ ମିଳିଲା ୪ ମୃତଦେହ, ସମସ୍ତେ ଗୋଟଏ ପରିବାରର, ଅଞ୍ଚଳରେ ଚାଞ୍ଚଲ୍ୟ

ନାଗପୁର: ମହାରାଷ୍ଟ୍ରର ନାଗପୁରର ଏକ ପରିବାରର ୪ ଜଣଙ୍କ ମୃତଦେହ ଏକା ସାଙ୍ଗରେ ମିଳିବା ପରେ ଖେଳିଯାଇଛି ଚାଞ୍ଚଲ୍ୟ । ଜିଲ୍ଲାର ନରଖେଡ ବ୍ଲକ ଅନ୍ତର୍ଗତ ମୋୱାଡ ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ପୋଲିସ ଶବସବୁକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାରମ୍ଭିକ ଅବସ୍ଥାରୁ ଏହା ସାମୂହିକ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଛି ।

ପୋଲିସ ମୁତାବକ, ଗାଁର ବିଜୟ ପଚୌରୀ, ତାଙ୍କ ପତ୍ନୀ ଓ ଦୁଇ ସନ୍ତାନଙ୍କ ମୃତଦେହ ଠାବ ହୋଇଛି । ଏହି ପରିବାର ନାଗପୁରର ମୋବାଡର ବାସିନ୍ଦା । ପୋଲିସ ସନ୍ଦେହ କରୁଛି କି, ଅଭିଯୁକ୍ତ ଅନ୍ୟ ତିନିଜଣଙ୍କୁ ହତ୍ୟା କରିବା ପରେ ନିଜେ ଫାଶି ଲଗାଇ ଦେଇଛି । କାରଣ ଅନ୍ୟ ତିନି ଜଣଙ୍କ ଶବ ପଛପଟକୁ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି ।

ବିଜୟ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିଲେ । ପୁଅର ବ୍ୟବସାୟରେ ବହୁ କ୍ଷତି ହେବା ପରେ ପରିବାର ଆର୍ଥିକ ସଂକଟ ଦେଇ ଗତିକରୁଥିଲା ଓ ଏହାକୁ ନେଇ ବିବାଦ ଲାଗି ରହିଥିଲା । ପାଖ ପଡୋଶୀଙ୍କ ବୟାନ ସଂଗ୍ରହ ପରେ ପୋଲିସ କହିଛି କି, ଏହା ଏକ ପାରିବାରିକ ବିବାଦକୁ ନେଇ ସାମୂହିକ ମୃତ୍ୟୁ ଘଟଣା । ଆର୍ଥିକ ସଂକଟର ସମ୍ମୁଖୀନ କରି ନ ପାରି ସମସ୍ତେ ଏକା ସାଙ୍ଗରେ ମୃତ୍ୟୁକୁ ଆପଣେଇବାକୁ ନିଷ୍ପତ୍ତି କରିଥାଇପାନ୍ତି । ତେବେ ଆଗକୁ ତଦନ୍ତ ପରେ ମୃତ୍ୟୁ ପଛର ଅସଲ କାରଣ ଜଣାପଡିବ ବୋଲି କହିଛି ପୋଲିସ ।

ସେପଟେ ୩୦ ସେପ୍ଟେମ୍ବରକୁ ଏକ ଅଜ୍ଞାତ ଗାଡି ଦୁର୍ଘଟଣାରେ ମୋଟର ସାଇକେଲରେ ଯାଉଥିବା ଏକ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ତିନିଜଣ ଜଣେ ସମ୍ପର୍କୀୟଙ୍କ ଅନ୍ତିମ ସକ୍ରାର କାମରେ ସାମିଲ ହେବାକୁ ଯାଉଥିଲେ ।

Get real time updates directly on you device, subscribe now.