fbpx

ଆଜି କିୱିକୁ ଭେଟିବ ଟିମ ଇଣ୍ଡିଆ: ବିଜୟ ସହ ଆରମ୍ଭ ହେବ ବିଶ୍ୱକପ୍ ଯାତ୍ରା! ଦେଖନ୍ତୁ Playing-11

ନୂଆଦିଲ୍ଲୀ: ୟୁଏଇରେ ଆରମ୍ଭ ହୋଇଯାଇଛି ମହିଳା ବିଶ୍ୱକପ୍-୨୦୨୪ । ଆଜି ଦ୍ୱିତୀୟ ଦିନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଟୁର୍ଣ୍ଣାମେଣ୍ଟର ୨ ମହାଶକ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ । ଉଭୟ ଦଳ ମହିଳା କ୍ରିକେଟ ଜଗତରେ ବେଶ୍ ଶକ୍ତିଶାଳୀ ଦଳ ଭାବରେ ପରିଚୟ ପାଇଛନ୍ତି । ତେଣୁ ଆଜିର ଏହି ମୁକାବିଲା କଡ଼ା ସଂଘର୍ଷ ହେବ ବୋଲି ଆଶା କରାଯାଉଛି । ତେବେ ଉଭୟ ଦଳ ଏକ ଦମଦାର ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଆଶା ରଖିଛି ।

ଟି-୨୦ ପୁରୁଷ ବିଶ୍ୱକପରେ ଭାରତ ଚମ୍ପିଆନ୍ ହୋଇଛି । ତେଣୁ ମହିଳା ଦଳ ମଧ୍ୟ ବିଶ୍ୱକପ୍ ଟ୍ରଫି ଜିତିବା ଆଶାରେ ରହିଛି । ତେବେ ଏଥିପାଇଁ ଏକ ଦମଦାର ବିଜୟ ସହ ଟୁର୍ଣ୍ଣାମେଣ୍ଟରେ ଯାତ୍ରା ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ଅଧିନାୟକ ହରମନପ୍ରୀତ କୌର । ମ୍ୟାଚକୁ ସକରାତ୍ମକ ଭାବରେ ଆରମ୍ଭ କରିବାର ଗୁରୁ ଦାୟିତ୍ୱ ବର୍ତ୍ତମାନ ଭାରତୀୟ ସିନିୟର ଖେଳାଳିଙ୍କ ଉପରେ ରହିଛି । ବୋଲିଂ କିମ୍ବା ବ୍ୟାଟିଂ, ସମସ୍ତ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡକୁ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତ ରହିଛଇ ଟିମ ଇଣ୍ଡିଆ ।

ଅନ୍ୟ ପକ୍ଷରେ ଭାରତ ବିପକ୍ଷରେ ରଣନୀତି ପ୍ରସ୍ତୁତ କରୁଛି ନ୍ୟୁଜିଲାଣ୍ଡ । ଭାରତୀୟ କେଳାଳି ଦୁର୍ବଳତାକୁ ଖୋଜି ମ୍ୟାଚରେ ବିଜୟର ପ୍ଲାନ୍ ରଚୁଛି ଟିମ୍ ମ୍ୟାନେଜମେଣ୍ଟ । ତେବେ ମ୍ୟାଚ୍ ପୂର୍ବରୁ ଦଳ ଖୁବ ସନ୍ତୁଳିତ ରହିଥିବା ବେଳେ ବ୍ୟାଟିଂ ଏବଂ ବୋଲିଂ ବିଭାଗରେ ବେଶ୍ ସୁନ୍ଦର ପ୍ରଦର୍ଶନ କରିବାର ଆତ୍ମବିଶ୍ୱାସ ସହ ମଇଦାନକୁ ଓହ୍ଲାଇବ ଦଳ । ତେବେ ଷ୍ଟାର ଅଲରାଉଣ୍ଡର ଆମେଲିୟା କେରଙ୍କ ଉପରେ ଟିମ ଇଣ୍ଡିଆର ନଜର ରହିବ ।

ଭାରତୀୟ ଦଳର ସମ୍ଭାବ୍ୟ ପ୍ଲେଙ୍ଗ-୧୧: ଶେଫାଳୀ ବର୍ମା, ସ୍ମୃତି ମନ୍ଧାନା, ହରମନପ୍ରୀତ କୌର(ଅଧିନାୟକ), ଡି. ହେମଲତା, ଜେମିମା ରୋଡ୍ରିଗ୍ସ, ଋଚା ଘୋଷ୍, ଦୀପ୍ତି ଶର୍ମା, ଶ୍ରେୟଙ୍କା ପାଟିଲ, ରେଣୁକା ଠାକୁର, ରାଧା ଯାଦବ, ପୂଜା ବସ୍ତ୍ରକାର

ନ୍ୟୁଜିଲାଣ୍ଡ ଦଳର ସମ୍ଭାବ୍ୟ ପ୍ଲେଙ୍ଗ-୧୧: ମେଡୀ ଗ୍ରୀନ୍, ଇଜି ଗେଜ୍, ସୁଜୀ ବେଟ୍ସ, ସୋଫୀ ଡିଭାଇନ୍(ଅଧିନାୟକ), ଲେଧ କାସ୍ପେରେକ, ଜର୍ଜିୟା ପ୍ଲିମର, ବ୍ରୁକ ହାଲିଡେ, ଆମେଲିୟା କେର, ଜେସ କେର, ଲି ତାହୁହୁ, ମୌଲୀ ପେନଫୋଲ୍ଡ

 

Get real time updates directly on you device, subscribe now.