fbpx

ବଡ଼ ଦୁଃଖ ଖବର: ପୂର୍ବତନ ଭାରତୀୟ କ୍ରିକେଟରଙ୍କ ମାଆଙ୍କ ପରଲୋକ

ନୂଆଦିଲ୍ଲୀ: ଆସିଛି ଏକ ଦୁଃଖ ଖବର । ଭାରତୀୟ କ୍ରିକେଟ ଟିମର ଜଣେ ପୂର୍ବତନ ଖେଳାଳିଙ୍କ ମାତୃ ବିୟୋଗ ଘଟିଛି । ପୂର୍ବତନ କ୍ରିକେଟର ସଲିଲ ଅଙ୍କୋଲାଙ୍କ ମାଆଙ୍କ ମୃତଦେହ ତାଙ୍କର ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ସୂନା ମିଳିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ଜବତ କରିଥିଲା । ପ୍ରାରମ୍ଭିକ ଯାଞ୍ଚରେ ସଲିଲଙ୍କ ମାଆଙ୍କ ଗଳାରେ ଖତ ଚିହ୍ନ ରହିଥିବା ଜଣାପଡ଼ିଛି । ହତ୍ୟା ଓ ଆତ୍ମହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ସଲିଲଙ୍କ ମାଆଙ୍କ ଗଳାରେ ଆଘାତ ଦେଇ ହତ୍ୟା ପରେ ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ବର୍ତ୍ତମାନ ବରିଷ୍ଠ ଏକ୍ସପର୍ଟ ଡାକ୍ତରଙ୍କ ରାୟ ନେଉଥିବା ଜଣାପଡ଼ିଛି । ମହାରାଷ୍ଟ୍ରର ପୁଣେରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଖବର ।

ସୂଚନାଯୋଗ୍ୟ ଯେ, ସଲିଲ ହେଉଛନ୍ତି ଜଣେ ପୂର୍ବତନ ଭାରତୀୟ କ୍ରିକେଟର । ସେ ୧୯୮୯ରୁ ୧୯୯୭ ମଧ୍ୟରେ ଭାରତୀୟ ଦଳ ପାଇଁ ଖେଳିଥିଲେ । ସେ ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ ଓ ୨୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସଲିଲଙ୍କ ମାଆଙ୍କ ନାମ ମାଲା ଅଶୋକ ଆଙ୍କୋଲା ଓ ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ପୁଣେର ପ୍ରଭାତ ଡିକ୍କନ ଅଞ୍ଚଳରେ ରହୁଥିଲେ । ଆଜି ପୋଲିସ ତାଙ୍କର ଫ୍ଲାଟରେ ପହଞ୍ଚିବା ବେଳକୁ ଘରର କବାଟ ଭିତର ପଟୁ ବନ୍ଦ ରହିଥିଲା ।

Get real time updates directly on you device, subscribe now.