fbpx

୩ ମାସ ଭିତରେ ଫାଶୀଦଣ୍ଡ ଦିଆଯାଉ… ପୋଲିସକୁ ଚେତାବନୀ, ନାବାଳିକା ଦୁଷ୍କର୍ମରେ ମମତାଙ୍କ ତାଗିଦ

କୋଲକାତା: ପଶ୍ଚିମବଙ୍ଗରେ ନାବାଳିକା ଦୁଷ୍‌କର୍ମ-ହତ୍ୟା ମାମଲା ବର୍ତ୍ତମାନ ସାରା ରାଜ୍ୟରେ ଆଶାନ୍ତି ବୃଦ୍ଧି କରିଛି । ବିଭିନ୍ନ ସ୍ଥାନରେ ଅପରାଧୀଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି । ସମ୍ପୃକ୍ତ ଦୁଷ୍କର୍ମକାରୀକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରୁଛନ୍ତି ଜନସାଧାରଣ । ତେବେ ଏ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଏହି ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାରେ ପୋଲିସକୁ ଚେତାବନୀ ଦେଇଛନ୍‌ତି ମୁଖ୍ୟମନ୍ତ୍ରୀ । ଅଭିଯୁକ୍ତକୁ ଖୋଜି ବାହାର କରିବା ସହ ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ପୋଲିସକୁ ୩ ମାସର ସମୟ ଦେଇଛନ୍ତି ମମତା ବାନାର୍ଜୀ ।

ଏହି ମାମଲାରେ ପୋଲିସକୁ ଅଲ୍ଟିମେଟମ ଦେଇ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଯେ, ପକ୍ସୋ ଆକ୍ଟ ଅନୁସାରେ ଏହି ମାମଲା ରୁଜୁ ହେବା ଉଚିତ୍ । ଏହାସହିତ ଆଗାମୀ ୩ ମାସ ଭିତରେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦିଆଯିବା ଦରକାର ବୋଲି କଡ଼ା ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ । ସେପଟେ ପୀଡ଼ିତାଙ୍କ ପରିବାରର ଦାବି ଅନୁସାରେ, ପଶ୍ଚିମବଙ୍ଗ ସରକାର କୋଲକାତା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହାକୁ ନେଇ ଜନତାଙ୍କ ଉତ୍ତେଜନା ବଢିବାରେ ଲାଗିଛି ଏବଂ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ଆଜି ବିଜେପି କୁଲତୁଲୀ ପୋଲିସ ଷ୍ଟେସନ ବାହାରେ ଏହାର ବିରୋଧ ପ୍ରଦର୍ଶନ କରୁଥିବା ଦଳୀୟ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି ।

ମାମଲାରେ ପୀଡ଼ିତାଙ୍କ ସମ୍ପର୍କୀୟ କହିଛନ୍ତି ଯେ, ଝିଅ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା । ଏହାସହିତ ସାରା ଶରୀରରେ ରକ୍ତର ଛିଟା ମଧ୍ୟ ଦେଖାଯାଇଛି । ଏହାବ୍ୟତୀତ ପୀଡ଼ିତାଙ୍କ ହାତ ଭାଙ୍ଗି ଯାଇଥିବା ମଧ୍ୟ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଟ୍ୟୁସନ୍ ସାରି ଘରକୁ ପେରିବା ବାଟରେ ନାବାଳିକାଙ୍‌କୁ ଟେକି ନେଇ ଦୁଷ୍କର୍ମୀ କରି ହତ୍ୟା କରିଥିଲା ଅଭିଯୁକ୍ତ ।

Get real time updates directly on you device, subscribe now.