fbpx

ଇରାନ୍ ର ଏହିସବୁ ସ୍ଥାନରେ ଆକ୍ରମଣ ନକଲେ ମିଳିବ ପୁରସ୍କାର, ଇସ୍ରାଏଲକୁ କିଏ ଦେଲା ଏମିତି ଅଫର?

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ୍ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି । ଇରାନର ସମର୍ଥିତ ଆତଙ୍କୀ ସଂଗଠନ ହିଜବୁଲ୍ଲାହର ବିଭିନ୍ନ ସ୍ଥାନରେ ଲଗାତାର ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ତେବେ ଏହି ଯୁଦ୍ଧ ବର୍ତ୍ତମାନ ଇରାନ୍-ଇସ୍ରାଏଲ ଭିତରେ ସୀମିତ ହୋଇ ରହିନାହିଁ । ଏହାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ତେବେ ଏହାଭିତରେ ଇସ୍ରାଏଲକୁ ମିଳିଛି ଯୁଦ୍ଧର ନୂଆ ଉତ୍ସ । ଇରାନ୍ ର କିଛି ସ୍ଥାନରେ ଆକ୍ରମଣ ନ କରିବା ପାଇଁ ବଡ଼ ଡିଲ୍ କରିଛି ଇସ୍ରାଏଲ । ଏସବୁ ସ୍ଥାନରେ ଆକ୍ରମଣ ନ କରିବା ପରିବର୍ତ୍ତେ ଇସ୍ରାଏଲକୁ ମିଳିବ ପୁରସ୍କାର । ତେବେ ଏଭଳି ଅଫର ଦେଲା କିଏ?

ସୂଚନା ଅନୁସାରେ, ଇରାନ୍-ଇସ୍ରାଏଲ ଯୁଦ୍ଧରେ ଅଚାନକ ଏଣ୍ଟ୍ରି କରିଛି ଆମେରିକା । ପରୋକ୍ଷ ଭାବରେ ଇରାନ ଉପରେ ଆକ୍ରମଣ କରୁଛି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର । ଇରାନର କୌଣସି ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିବାକୁ ସମର୍ଥନ କରିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛି ଆମେରିକା । ଏହାପରେ ବର୍ତ୍ତମାନ ଏକ ବଡ଼ ଖୁଲାସା କରିଛି । ଇରାନର କିଛି ସ୍ପେସାଲ ଅଞ୍ଚଳରେ ଆକ୍ରମଣ ନ କରିବାକୁ ପ୍ରୋତ୍ସାହନ ଦେଇଛି । ଏହି ଆକ୍ରମଣ ପରିବର୍ତ୍ତେ ଇସ୍ରାଏଲକୁ ପୁରସ୍କାର ଦେବାକୁ କହିଛି ଆମେରିକା । ଇରାନର ଏହିସବୁ ଅଞ୍ଚଳରେ ଆକ୍ରମଣ ନ କଲେ, ଇସ୍ରାଏଲକୁ ବଡ଼ ପୁରସ୍କାର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜୋ ବାଇଡେନ୍ । ଏହି ପ୍ୟାକେଜରେ ବ୍ୟାପକ ରାଜନୈତିକ ସଂରକ୍ଷଣର ପୂର୍ଣ୍ଣ ଗ୍ୟାରେଣ୍ଟି ସହିତ ହତିଆର ପ୍ୟାକେଜ ମଧ୍ୟ ଯୋଗାଇ ଦିଆଯିବ ବୋଲି ଆମେରିକା ପ୍ରତିଶ୍ରୁତି ଦେଇଛି । ତେବେ ଏହିସବୁ ଅଞ୍ଚଳରେ ଆକ୍ରମଣ ରୋକିଲେ ସିଧାସଳଖ ଏହି ପ୍ୟାକେଜ ପ୍ରଦାନ କରିବ ଆମେରିକା ।

ଜଣେ ଆମେରିକାନ୍ ଅଧିକାରୀ କହିଛନ୍ତି ଯେ, ଯଦି ଇସ୍ରାଏଲ ଟାର୍ଗେଟ ଏ,ବି,ସି ଉପରେ ଆକ୍ରମଣ ନ କରେ, ତେବେ ଇସ୍ରାଏଲକୁ ରାଜନୈତିକ ସୁରକ୍ଷା ସହିତ ହତିଆର ପ୍ୟାକେଜ ପ୍ରଦାନ କରାଯିବ । ତେବେ ଏହି ମାମଲାରେ ବିଚାର କରିବ ବୋଲି ଇସ୍ରାଏଲ ଅଧିକାରୀ ସ୍ପଷ୍ଟ କରିଛନ୍ତି । କିନ୍ତୁ ଇସ୍ରାଏଲ ନାଗରିଙ୍କ ସୁରକ୍ଷା ଏବଂ ଇସ୍ରାଏଲର ସୁରକ୍ଷା ପାଇଁ କିଛି ବି କରିବାକୁ ପ୍ରସ୍ତୁତି ରହିଛଥିବା କହିଛି ଇସ୍ରାଏଲ ।

Get real time updates directly on you device, subscribe now.