fbpx

Video: ଦୁଷ୍କର୍ମ କରି ଦୌଡ଼ି ପଳାଉଥିଲା ଦୁର୍ବୃତ୍ତ, ଏନକାଉଣ୍ଟର କଲା ପୋଲିସ, ଅଭିଯୁକ୍ତ ଗୁରୁତର

ନୂଆଦିଲ୍ଲୀ: ୮ ବର୍ଷ ଝିଅକୁ ଦୁଷ୍କର୍ମ କରି ଦଉଡ଼ୁଥିଲା ପୋଲିସ କଲା ଏନକାଉଣ୍ଟର। ଏକୁଟିଆ ପାଇ କୁନି ଝିଅକୁ ଝୁଣି ପକାଇଥିଲା। ଅନ୍ଧାର ରାତିରେ ଗୋଡ଼ାଇ ଗୋଡ଼ାଇ ଏନକାଉଣ୍ଟର କଲା ପୋଲିସ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲା ଦୁଷ୍କର୍ମୀ ଅଭିଯୁକ୍ତ। ଦୁଷ୍କର୍ମକାରୀ ମାନଙ୍କୁ ଏବେ ସିଧା ଏନକାଉଣ୍ଟର। ପୋଲିସର ହାବୁଡ଼ରେ ପଡ଼ିଲା ମାନେ ଆଉ ଖସିପାରିବେ ନାହିଁ। ପ୍ରଥମେ ଦୁଷ୍କର୍ମ କଲା। ତାପରେ ମାରିଦେବା ପାଇଁ ଧମକ ଦେଲା। କିନ୍ତୁ କୁନି ଝିଅ ଜଣକ ପୋଲିସ ଆଗରେ ସବୁ କହିଦେଇଥିଲା। ଆଉ ତାପରେ ଏନକାଉଣ୍ଟର ପ୍ଲାନ କରିଥିଲା ପୋଲିସ। ଅନ୍ଧାର ରାତିରେ ଜଙ୍ଗଲ ଭିତରେ ଗୋଡ଼ାଇ ଗୋଡ଼ାଇ ଗୋଡ଼କୁ ମାରିଲା ଗୁଳି।

ତଳେ ପଡ଼ି ଘୁଷୁଡ଼ି ଘୁଷୁଡ଼ି ଯାଉଥିଲା ମାଡ଼ି ବଶିଲା ପୋଲିସ। ଦୁଷ୍କର୍ମକାରୀକୁ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଭଲ ହେଲା ପରେ କୋର୍ଟ ଚାଲାଣ କରିବ। ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ। ଏ ହେଉଛି ଏନକାଉଣ୍ଟର ପରର ଦୃଶ୍ୟ। ପୋଲିସ ଦୁଷ୍କର୍ମୀ ଅଭିଯୁକ୍ତକୁ ଟେକି ନେଉଛି। ଦୁଷ୍କର୍ମୀ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଛି। ପୋଲିସର କହିବା ମୁତାବିକ ଅଭିଯୁକ୍ତର ନାମ ହେଉଛି ଦୀପ୍ପକ ମୁଲ୍ଲା। ରବିବାର ରାତିରେ ଫିରୋଜାବାଦରେ ହୋଇଛି ଏହି ଏନକାଉଣ୍ଟର। ଅଭିଯୁକ୍ତ ଦୀପ୍ପକ ଗୋଟିଏ ୮ ବର୍ଷ ଝିଅକୁ ଉଠାଇ ନେଇ ଏକୁଟିଆ ଦୁଷ୍କର୍ମ କରିଥିଲା।

ଏନେଇ ଅଭିଯୋଗ ହେବା ପରେ ଦୀପକକୁ ଟ୍ରାକ କରି ଖୋଜି ପାଇଥିଲା ପୋଲିସ। ଯେତେବେଳେ ପୋଲିସ ଦୀପକକୁ ଧରିବାକୁ ଯାଇଥିଲା ସେତେବେଳେ ପୋଲିସ ଉପରକୁ ଦୀପକ ଆଗୁଆ ଗୁଳି ଚଳାଇଥିଲା। ଯାହା ପରେପୋଲିସର ପାଲଟା ଆକ୍ରମଣରେ ଆହତ ହୋଇଥିଲା ଦୀପକ। ତେବେ ପୋଲିସ ଆଗରେ ଡାକ୍ତରଖାନାରେ ଦୁଷ୍କର୍ମକୁ ସବୁ କିଛି ଖୋଲି କହିଛି ଦୀପକ। ପୋଲିସ ସିସିଟିଭିକୁ ଆଧାର କରି ଦୁଷ୍କର୍ମକୁ ନେଇ ଯୋରଦାର ତଦନ୍ତ ଆରମ୍ଭ କରିଛି। ଦୋଷୀକୁ ଖୁବ ଶୀଘ୍ର ଦଣ୍ଡ ମିଳିବ ବୋଲି ପରିବାର ଲୋକଙ୍କୁ ପୋଲିସ ଆଶ୍ୱାସନା ଦେଇଛି।

Get real time updates directly on you device, subscribe now.