fbpx

ଶ୍ୱଶୁର ଘରକୁ ଯିବା ସମୟରେ ଅଘଟଣ; ମହିଳାଙ୍କୁ ମାଡ଼ ମାରିଲେ, ବନ୍ଧୁକ ମୁନରେ ସୁନା ଗହଣା ଲୁଟିଲେ ଦୁର୍ବୃତ୍ତ

ନୀଳଗିରି: ଦିନକୁ ଦିନ ଲୁଟ୍ ମାର ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହା ପୋଲିସ ଓ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଥିମଧ୍ୟରେ ନୀଳଗିରି ଚଷାଖଣ୍ଡ ନିକଟରେ ମହିଳାଙ୍କ ଠାରୁ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଦୃର୍ବୃତ୍ତମାନେ ବନ୍ଧୁକ ମୁନରେ ମହିଳାଙ୍କୁ ମାଡ଼ ମାରି ତାଙ୍କ ଠାରୁ ସୁନା ଚେନ୍ ଓ କାନଫୁଲ ଲୁଟିଥିଲେ । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାରୁ ପ୍ରକାଶ ୩ଟି ବାଇକରେ ୬ ଜଣ ଦୁର୍ବୃତ୍ତ ମହିଳାଙ୍କ ପିଛା କରିଥିଲେ । କିଛି ବାଟ ଗଲା ପରେ ତାଙ୍କୁ ଅଟକାଇ ବନ୍ଧୁକ ମୁନରେ ସୁନା ଗହଣା ଲୁଟି ଚମ୍ପଟ ମାରିଥିଲେ । ତେବେ ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ଝିଅ ସହ ସ୍କୁଟିରେ ବାପ ଘରୁ ଶ୍ୱଶୁର ଘରକୁ ଯିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.