fbpx

ଘରକୁ ଫେରୁଥିବା ବେଳେ ଟ୍ରକ ଉପରେ ପଡିଗଲା ବିଦ୍ୟୁତ ତାର, ଜଳିଗଲେ ପୁରା ପରିବାର

ରାଜସ୍ଥାନ: ରାଜସ୍ଥାନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏକ ଟ୍ରକ ଉପରେ ବିଦ୍ୟୁତ ତାର ପଡିଯିବା କାରଣରୁ ଶୋଚନୀୟ ଭାବେ 6ଜଣଙ୍କ ମୃତ୍ୟୁ ହୋଇଛି । ରାଜସ୍ଥାନର କରୌଲୀରୁ ସାମ୍ନାକୁ ଆସିଛି ଏହି ଘଟଣା । ଉଚ୍ଚ କ୍ଷମତା ସମ୍ମନ୍ନ ବିଦ୍ୟୁତ ତାର ଟ୍ରାକ୍ଟର ଉପରେ ପଡିବା କାରଣରୁ ପୁରା ପରିବାର ଆଖି ବୁଜିଛନ୍ତି ।

ସୂଚନା ଅନୁସାରେ, ପରିବାରର 6ଜଣ କାମ କରିବା ପାଇଁ କ୍ଷେତକୁ ଯାଉଥିଲେ । ତେବେ ଫେରିବା ସମୟରେ ଟ୍ରାକ୍ଟର ଉପରେ ଏକ ବିଦ୍ୟୁତ ତାର ଖସିପଡିଥିଲା । 11 କେଭିର ତାର ହଠାତ୍ ଟ୍ରକ ଉପରେ ପଡି ଯାଇଥିଲା । ଫଳରେ ପରିବାରର ସମସ୍ତେ ଜଳି ଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ସମସ୍ତେ ପ୍ରାଣ ହରାଇଥିଲେ । ମୃତକମାନେ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି । ତେବେ ବିଦ୍ୟୁତ ବିଭାଗର ଛାମଖିଆଲି ମନୋଭାବ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.