fbpx

କମିଶନରେଟ ପୋଲିସ ପାଇଁ ରାତି ହେଲାଣି କାଳ, ସଞ୍ଜ ନଇଁଲେ କର୍ମଚାରୀଙ୍କ ଭିତରେ କୋକୁଆ ଭୟ

ଭୁବନେଶ୍ୱର: କମିଶନରେଟ ପୋଲିସ ପାଇଁ ରାତି ହେଲାଣି କାଳ । ରାତି ହେଲେ ପୋଲିସ ବାବୁଙ୍କ ଭିତରେ ପଶୁଛି ଛନକା । ମାତିଛନ୍ତି ମଦ୍ୟପ ମହିଳା । ଏକଥା ଆମେ କହୁନୁ, ଏକ ଟିଭି ଚ୍ୟାନେଲ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସ୍ଥିତି ଏମିତି ହୋଇଛି କି, ଏମିତି ମହିଳା ଥାନାକୁ ଆସିଲେ ସବୁ କର୍ମଚାରୀ କାକୁସ୍ଥ ହୋଇଯାଉଛନ୍ତି । କ୍ୟାମେରା ନ ଥିବା ଯାଗାରୁ ଉଠିଯାଉଛନ୍ତି ବୋଲି ସେହି ରିପୋର୍ଟରୁ ଜଣାପଡିଛି । ଏମାନେ ଥାନାକୁ ଆସି ଖାଲି ମିଛଟାରେ ପୋଲିସ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତିା ଏମାନଙ୍କୁ ସମ୍ଭାଳିବା ପୋଲିସ ପାଇଁ କାଠିଗର ପାଠ ହେଲାଣି ।

ଚ୍ୟାନେଲ ରିପୋର୍ଟ ମୁତାବକ, କିଛି ଦିନ ହେବ ଥାନାକୁ ଅନେକ ନିଶାସକ୍ତ ମହିଳା ବା ଯୁବତୀ ଥାନାକୁ ରାତିରେ ଆସି ଉତ୍ପାତ କରୁଛନ୍ତି । ବିନା କିଛି ଅଭିଯୋଗରେ ଆସୁଛନ୍ତି ।ଆଉ ଏମାନଙ୍କୁ ଦେଖି ଥାନା କର୍ମଚାରୀ ଭୟଭୀତ ହୋଇଯାଉଛନ୍ତି । ମୁଖତଃ ପୁରୁଷ ପୋଲିସମାନେ ଭୟରେ ଭୂତ ଦେଖିବା ପରି ଥାନା ବାହାରକୁ ଚାଲିଆସୁଥିବା କୁହାଯାଇଛି । ଆଉ ଯେଉଁ ଯାଗାରେ କ୍ୟାମାରେ ନାହିଁ ସେଠୁ ମଧ୍ୟ ମହିଳା ପୋଲିସ କ୍ୟାମେରା ଲେନ୍ସ ତଳକୁ ଚାଲିଆସୁଛନ୍ତି ।

କିଏ ଆସି ପାଟିତୁଣ୍ଡ କରୁଛି ଥାନାରେ ତ ପୁଣି କିଏ କାନ୍ଦ ବୋବାଳି ପକାଉଛି । ମହିଳା ପୋଲିସ ଏମାନଙ୍କୁ ଯେତେ ଭଲ ଓ ଭଦ୍ର ବ୍ୟବହାର କଲେ ମଧ୍ୟ ଏମାନେ ନିଜ କାମରୁ ବାଦ ପଡୁନାହାନ୍ତି । ଏମିତି ଘଟଣା ବେଶୀ ଖଣ୍ଡଗିରି, ସେପଟକୁ ଥିବା ଥାନାରେ ଦେଖିବାକୁ ମିଳୁଛି । ଏହି ନିଶସକ୍ତ ମହିଳା ବା ଯୁବତୀଙ୍କୁ କାବୁ କରିବା ଥାନାରେ ନିୟୋଜିତ ହର ଟିମ କର୍ମଚାରୀ ନାକେଦମ ହେଉଛନ୍ତି । ସେମାନଙ୍କୁ ବୁଝାସୁଝା କରିବାକୁ ଏହି ହର ଟିମ ସଦସ୍ୟାଙ୍କୁ ୨-୩ ଘଣ୍ଟା ଲାଗିଯାଉଥିବା ହର ଟିମ ଅଧିକାରୀ ଚ୍ୟାନେଲ ଜରିଆରେ କହିବା ସହ ଏପରି ମହିଳାଙ୍କୁ ପୋଲିସ ସହ ସହଯୋଗ କରିବାକୁ ଅପିଲ କରିଛନ୍ତି ।

ତେବେ ପୋଲିସ ଭିତରେ ଏମିତି ଭୟକୁ ନେଇ ରିପୋର୍ଟରେ କୌଣସି ତଥ୍ୟ ଦିଆଯାଇ ନାହିଁ । ହେଲେ ଏହା ସ୍ପଷ୍ଟ କି, ଭରତପୁର ଥାନା ଘଟଣା ପରେ ପୋଲିସ ମହିଳା, ତା ପୁଣି ନିଶାସକ୍ତ ହୋଇଥିଲେ, ସେମାନଙ୍କୁ ଡରୁଛି ।

Get real time updates directly on you device, subscribe now.