fbpx

ଅନ୍ୟକୁ କରନ୍ତି ମେଣ୍ଟାଲି ସପୋର୍ଟ, ପ୍ରତିକୂଳ ପରିସ୍ଥିତିରେ ସହଜରେ ମାନନ୍ତିନି ହାର, ଜାଣନ୍ତୁ ମାଚ୍ୟୋର ବ୍ୟକ୍ତିଙ୍କ ୫ଟି ଲକ୍ଷଣ

ଓଡ଼ିଶା ଭାସ୍କର: ପ୍ରଥମ ଥର ପାଇଁ କାହାକୁ ଭେଟିଲେ ଆମେ ପର୍ସନାଲିଟି ଆଧାରରେ ସେହି ବ୍ୟକ୍ତିଙ୍କୁ ଜଜ୍ କରିଥାଉ । ଏହା ସେମାନଙ୍କ ଆଚରଣ ବିଷୟରେ ଅନେକ କିଛି କହିଥାଏ । ସେଥିମଧ୍ୟରୁ ଅନେକ ଇନ୍ଟ୍ରୋଭର୍ଟ ଥିବା ବେଳେ କିଛି ଏକ୍ସଟ୍ରୋଭର୍ଟ ଥାନ୍ତି । ସାଧାରଣତଃ ସମାଜରେ ମାଚ୍ୟୋର ଏବଂ ଦାୟିତ୍ୱବାନ ବ୍ୟକ୍ତି ସହଜରେ ଚିହ୍ନଟ ହୋଇଥାନ୍ତି । ଏଭଳି ବ୍ୟକ୍ତିଙ୍କୁ ଅନ୍ୟମାନେ ସମ୍ମାନ ଭାବନା ପ୍ରଦର୍ଶନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ମାଚ୍ୟୋର ବ୍ୟକ୍ତିଙ୍କ ଲକ୍ଷଣ ବିଷୟରେ ।

୧. ଇମୋସନାଲି ଷ୍ଟ୍ରଙ୍ଗ୍‌: ଇମୋସନାଲି ଷ୍ଟ୍ରଙ୍ଗ୍ ବ୍ୟକ୍ତି ପ୍ରତିକୂଳ ପରିସ୍ଥିତିରେ ନିଜ ଉପରେ ନିୟନ୍ତ୍ରଣ ରଖିଥାନ୍ତି । ସେମାନେ ସହଜରେ ହାର ମାନିବା ପରିବର୍ତ୍ତେ ସ୍ଥିର ଚିତ୍ତରେ ସମସ୍ୟାର ସମାଧାର ବିଷୟରେ ଚିନ୍ତା କରିଥାନ୍ତି । ସକାରାତ୍ମକ ଚିନ୍ତାଧାରା ସେମାନଙ୍କୁ କଠିନ ପରିସ୍ଥିତିରେ ଅଗକୁ ବଢ଼ିବାର ପ୍ରେରଣା ଦେଇଥାଏ । ସ୍ଥାନ, କାଳ ଓ ପାତ୍ର ଦେଖି ପ୍ରତିକ୍ରିୟା ଦେଇଥାନ୍ତି ।

୨. ଭୁଲ ସ୍ୱୀକାର କରିବା: ଏଭଳି ବ୍ୟକ୍ତି ନିଜ ଭୁଲର ଦାୟିତ୍ୱ ନେଇଥାନ୍ତି । ଅନ୍ୟ ଉପରେ ଦୋଷାରୋପ କରିବା ଠାରୁ ଦୂରେଇ ରୁହନ୍ତି । ନିଜ ଭୁଲ ସ୍ୱୀକାର କରି ଏହାକୁ ସୁଧାରିବା ଦିଗ ଉପରେ ଫୋକସ୍ କରିଥାନ୍ତି । ଏଭଳି ବ୍ୟବହାର ଦ୍ୱାରା ସମାଜରେ ସେମାନଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇଥାଏ ।

୩. ନୂଆ ଶିଖିବା ଭାବନା: ସମାଜ ସହ ତାଳ ଦେଇ ଚାଲିବା ଜଣେ ମାଚ୍ୟୋର ବ୍ୟକ୍ତିର ସଂକେତ । ଏଭଳି ବ୍ୟକ୍ତି ସବୁବେଳେ କିଛି ନା କିଛି ନୂଆ ଶିଖିବା ଦିଗ ପ୍ରତି ଧ୍ୟାନ ଦେଇଥାଏ । ଏହା ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବା ସହ କ୍ୟାରିୟର ଗ୍ରୋଥ୍ ପାଇଁ ଲାଭଦାୟକ ହୋଇଥାଏ ।

୪. ସହାନୁଭୂତି: ଜଣେ ମାଚ୍ୟୋର ବ୍ୟକ୍ତି ଅନ୍ୟର ଭାବନାକୁ ସମ୍ମାନ ଦେଇଥାଏ । ସେମାନଙ୍କ ସମସ୍ୟା ଧ୍ୟାନର ସହ ଶୁଣି ଏହାର ସମାଧାନ ପାଇଁ ଉତ୍ତମ ପରାମର୍ଶ ଦେଇଥାଏ । ଏଭଳି ବ୍ୟକ୍ତି ଅନ୍ୟକୁ ମେଣ୍ଟାଲି ସପୋର୍ଟ କରିଥାନ୍ତି ।

୫. ଯୋଗାଯୋଗ ଶୈଳୀ: ଏଭଳି ବ୍ୟକ୍ତି ସେମାନଙ୍କ ଉତ୍ତମ ଯୋଗାଯୋଗ ଶୈଳୀ ଦ୍ୱାରା ଅନ୍ୟମାନଙ୍କ ଧ୍ୟାନ ଆକର୍ଷିତ କରିଥାନ୍ତି । ସାମ୍ନା ବ୍ୟକ୍ତିର କଥା ଧ୍ୟାନର ସହ ଶୁଣିବା ସହ ବୁଝିଥାନ୍ତି । ଏହା ସହ ନିଜ କଥା ମଧ୍ୟ ସରଳ ଓ ସ୍ପଷ୍ଟ ଭାବରେ କହିଥାନ୍ତି । ଏମାନଙ୍କ ମେଳାପି ପ୍ରକୃତି ଯୋଗୁଁ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଅନେକ ସାଙ୍ଗସାଥି ଥାନ୍ତି । ଏଭଳି ବ୍ୟକ୍ତି ମନରେ କେବେ ଦ୍ୱନ୍ଦ୍ୱ ରଖିନଥାନ୍ତି ।

 

Get real time updates directly on you device, subscribe now.