fbpx

ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ମିଳିଛି ଅନୁମୋଦନ

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ଏବଂ ସେହି ସମୟରେ ମହାପ୍ରଭୁଙ୍କ ଠାରେ ସ୍ୱତନ୍ତ୍ର ବାଳଭୋଗ ନୀତି କିଭଳି ସମୟାନୁସାରେ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଛି ।

ଏହି ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି କି ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିଛି । ଆସନ୍ତା ଅକ୍ଟୋବର ୧୪ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ପ୍ରାତଃ ୪ଟାରୁ ଦ୍ୱାର ଫିଟା ହେବ । ଏହା ସହ ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ହେବା ନେଇ ଆଲୋଚନା ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୁରୁଷ, ମହିଳା ଓ ଶିଶୁଙ୍କ ସହ ବୃଦ୍ଧ-ବୃଦ୍ଧାଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା ରହିଛି । ସାତପାହାଚ ଦେଇ ପ୍ରବେଶ ଓ ଘଣ୍ଟି ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହେବ । କାଠ ବ୍ୟାରିକେଡ୍ ଦେଇ ୬ଟି ଧାଡ଼ିରେ ଶ୍ରଦ୍ଧାଳୁ ପ୍ରବେଶ କରିବେ ।

Get real time updates directly on you device, subscribe now.