fbpx

ଓଡ଼ିଶା ହାଇକୋର୍ଟ ତରଫରୁ ନିଯୁକ୍ତି ସୁଯୋଗ: ଆଇନ୍ ପରାମର୍ଶଦାତା ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ଆଇନ୍ ପରାମର୍ଶଦାତା ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେଣ୍ଟର ଫର ଜୁଡିସିଆଲ ଆର୍କାଇଭସ ଅଫ୍ ଓଡ଼ିଶା, କଟକରେ ଏହି ପଦ ପୂରଣ ହେବ । ଡେପୁଟେସନରେ ବେସିସରେ ରହିଥିବା ଇନ-ସର୍ଭିସ ପ୍ରଫେସର ଓ ରିଟାୟାର୍ଡ ପ୍ରଫେସରମାନେ ଏଥିରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କୁ ଦୁଇ ବର୍ଷ ପାଇଁ ଏହି ପଦରେ ନିଯୁକ୍ତି ଦିଆଯିବ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୪୫ରୁ ୬୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ ।

ପ୍ରାର୍ଥୀ ଜଣେ ଇନ-ସର୍ଭିସ କିମ୍ବା ରିଟାୟାର୍ଡ ପ୍ରଫେସର ହୋଇଥିବେ । ସେ ଆଇନରେ ପୋଷ୍ଟ ଗ୍ରାଜୁଏଟ କରିବା ସହ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ ଅତିକମରେ ୧୦ ବର୍ଷର ଆଇନରେ ଶିକ୍ଷାଦାନ ଅଭିଜ୍ଞତା ରହିଥିବା ଆବଶ୍ୟକ । ପିଏଚଡି ଡିଗ୍ରୀ ସହ ଭାରତୀୟ ସମ୍ବିଧାନ/ ଲେଗାଲ ହିଷ୍ଟ୍ରିରେ ଥେସିସକୁ ଅଗ୍ରାଧିକାର ଦିଆଯିବ । ଏଥିସହିତ ସ୍ନାତକ ସ୍ତରରେ ଇତିହାସ ବିଷୟ ରଖିଥିବା ପ୍ରାର୍ଥୀଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯିବ । ପ୍ରାର୍ଥୀଙ୍କୁ ମାସିକ ୧ ଲକ୍ଷ ଟଙ୍କା ବେତନ ପ୍ରଦାନ କରାଯିବ । ପ୍ରାର୍ଥୀଙ୍କୁ ଅଫଲାଇନରେ ଧାର୍ଯ୍ୟ ଇ-ମେଲ ଜରିଆରେ ନଭେମ୍ବର ୭ ତାରିଖ ପୂର୍ବରୁ ନିଜ ନିଜର ଆବେଦନ ପତ୍ର ପଠାଇବାକୁ ଅନୁରୋଧ ।

ବିଜ୍ଞପ୍ତି ଲିଙ୍କ: ମକhttps://www.orissahighcourt.nic.in/recruitment-corner-pdf-view/231/

Get real time updates directly on you device, subscribe now.