fbpx

ମୋଦୀ ସରକାରଙ୍କ ପୂଜା ଭେଟି, ରାଜ୍ୟକୁ ଦେଲେ 1.78 ଲକ୍ଷ କୋଟି

ନୂଆଦିଲ୍ଲୀ:  ଫେଷ୍ଟିଭ ସିଜନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଦୁର୍ଗା ପୂଜା, ଦୀପାବଳି ଏବଂ ଛଟ୍ ପୂଜା ପୂର୍ବରୁ କେନ୍ଦ୍ର ସରକାର 1,78,173 କୋଟି ଟଙ୍କା ରାଜସ୍ୱ ଭାବରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ 89,086 କୋଟି ଟଙ୍କା ଉତ୍ସବକୁ ଦୃଷ୍ଟିରେ ରଖି ଆଡଭାନ୍ସ ହିସାବରେ ଜାରି କରାଯାଇଛି ।

ଅର୍ଥ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛି । କୁହାଯାଇଛି ଯେ, ଅକ୍ଟୋବର 10 ତାରିଖରେ କେନ୍ଦ୍ର ସରକାର ରାଜ୍ୟକୁ 1.78,173 କୋଟି ଟଙ୍କା ଟିକସ ବିନିଯୋଗ ଭାବରେ ପ୍ରଦାନ କରିଛନ୍ତି। ସାଧାରଣତଃ ମାସିକ ଟିକସ ରାଜସ୍ବ 89,086.50 କୋଟି ଟଙ୍କା ହୋଇଥାଏ । କିନ୍ତୁ ଫେଷ୍ଟିଭ ସିଜନକୁ ଧ୍ୟାନରେ ରଖି ରାଜ୍ୟ ସରକାର ପୁଞ୍ଜି ବ୍ୟୟକୁ ତ୍ୱରାନ୍ୱିତ କରିପାରିବେ ଏବଂ ବିକାଶ ତଥା ଲାଭଦାୟକ ଯୋଜନା ପାଇଁ ଖର୍ଚ୍ଚ ପାଇଁ ରାଜ୍ୟମାନଙ୍କୁ ଟିକସ ବିନିଯୋଗର ଏକ କିସ୍ତି ପ୍ରଦାନ କରାଯାଉଛି ।

ଅର୍ଥ ମନ୍ତ୍ରାଳୟର ଡାଟା ଅନୁସାରେ, 1,78,173 କୋଟି ଟିକସ ରାଜସ୍ୱ ମଧ୍ୟରୁ ସର୍ବାଧିକ ଅର୍ଥ ଉତ୍ତରପ୍ରଦେଶକୁ ଦିଆଯାଇଛି । ଉତ୍ତରପ୍ରଦେଶକୁ 31,962 କୋଟି, ବିହାରକୁ 17,921 କୋଟି, ମଧ୍ୟପ୍ରଦେଶକୁ 13,987 କୋଟି, ପଶ୍ଚିମବଙ୍ଗକୁ 13,404 କୋଟି, ମହାରାଷ୍ଟ୍ରକୁ 11,255 କୋଟି, ରାଜସ୍ଥାନକୁ 10,737 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ତାମିଲନାଡୁରେ 7,268 କୋଟି, ଓଡିଶାକୁ 8068 କୋଟି, କର୍ଣ୍ଣାଟକକୁ 6498 କୋଟି, ଆନ୍ଧ୍ରପ୍ରଦେଶକୁ 7211 କୋଟି ଏବଂ ପଞ୍ଜାବକୁ 3220 କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଛତିଶଗଡକୁ 6070 କୋଟି ଟଙ୍କା 59 ଝାଡ଼ଖଣ୍ଡକୁ 59892 କୋଟି ଟଙ୍କା, ଗୁଜୁରାଟକୁ 6197 କୋଟି ଟଙ୍କା, ଆସାମକୁ 5573 କୋଟି ଟଙ୍କା ଟିକସ ରାଜସ୍ବ ଭାବେ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.