fbpx

(Video) ସାବଧାନ, କାଗଜ କପରେ ଚା-କଫି ପିଇଲେ ହେଉଛି ଭୟଙ୍କର ରୋଗ! ଚାଲିଯିବ ଜୀବନ, ଜାଣନ୍ତୁ ବିକଳ୍ପ

ଓଡ଼ିଶା ଭାସ୍କର: ଚାହା ବା କଫି ପିଇବା ଅନେକ ଲୋକଙ୍କ ଏକ ବଡ଼ ଅଭ୍ୟାସ । ଅନେକ ଲୋକଙ୍କ ଦିନ ଚା’ କପ୍ ସହିତ ଆରମ୍ଭ ହୋଇଥାଏ । କେହି କେହି ଘରେ ଚା’ କିମ୍ବା କଫି ପିଇଥାନ୍ତି ତ ଆଉ କେହି ପାଖ ଦୋକାନ ବଜାରରେ । ତେବେ ଦୋକାନ ବଜାରରେ କାଗଜ କପରେ ଚାହା ପିଇବାକୁ ମିଳିଥାଏ । କିନ୍ତୁ ଚାହା ଅପେକ୍ଷା ଏହି କାଗଜ କପ୍ ଆପଣଙ୍କ ପାଇଁ ବେଶ୍ କ୍ଷତିକାରକ ହୋଇପାରେ । ଏହି କପ୍ ଆପଣଙ୍କ ଦେହରେ ଭୟଙ୍କର ରୋଗ ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା କାଗଜ କପରେ ଚାହା ପିଇବା ଦ୍ୱାରା କେଉଁସବୁ ରୋଗ ବ୍ୟାପିଥାଏ ଏବଂ ଏଥିରୁ କିପରି ମୁକ୍ତି ପାଇପାରିବା ।

ଆଜିକାଲି ସମସ୍ତେ ୟୁଜ ଆଣ୍ଡ ଥ୍ରୋ ଜିନିଷକୁ ବେଶ୍ ପସନ୍ଦ କରୁଛନ୍ତି । ଏହା ଆମ ଜୀବନର ପ୍ରତ୍ୟେକ ଜିନିଷ ସହ ଧିରେଧିରେ ଯୋଡି ହୋଇଗଲାଣି । ଭାରତ ବର୍ଷରେ ଚା ଓ କଫି ପିଇବାକୁ ବି ଖୁବ ଲୋକ ପସନ୍ଦ କରନ୍ତି । ଆଜିକାଲି ଅଧିକାଂଶ ଲୋକଙ୍କୁ ଚା’ ପିଇବା ବେଶ ପସନ୍ଦ। କାମ ବ୍ୟସ୍ତତା ଭିତରେ ଟିକିଏ ରିଲାକ୍ସ ପାଇଁ ହେଉ ଅବା ଅଭ୍ୟାସଗତ ଭାବେ ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ୟ୍ୟନ୍ତ ପ୍ରାୟ ସମସ୍ତେ ଚା’ କଫି ଆଦି ପିଇବାକୁ ଭଲପାଆନ୍ତି। ତେଣୁ ସହରଠୁ ଆରମ୍ଭ କରି ଗାଁ ରାସ୍ତାପାର୍ଶ୍ୱ, କଲୋନୀ, ବସ୍ତିରେ ଚା’ଦୋକାନ ଖୋଲିଛି। ଖାଲି ସେତିକି ନୁହେଁ କାର୍ୟ୍ୟାଳୟମାନଙ୍କରେ ମଧ୍ୟ କର୍ମଚାରୀମାନଙ୍କୁ ଚା’ କଫି ମିଳିଥାଏ। ତେବେ ପୂର୍ବରୁ କାଚ ଗ୍ଲାସ୍, ଚିନାମାଟି କିମ୍ବା ମାଟି କପରେ ଚା’ ଦେଉଥିଲେ ଦୋକାନୀ। ହେଲେ ଏବେ ଏହାର ସ୍ଥାନ ନେଇଛି କାଗଜ କପ୍। ଏହା ଦୋକାନୀଙ୍କ ପାଇଁ ସୁବିଧାଜନକ ହେଉଥିଲେ ମଧ୍ୟ ଗ୍ରାହକଙ୍କ ପାଇଁ ବିପଦ ସାଜୁଛି। ଏହି ୟୁଜ୍ ଆଣ୍ଡ୍ ଥ୍ରୋ ବା ଏକକ ବ୍ୟବହାରଯୋଗ୍ୟ କପ୍ ଅଜାଣତରେ ଗ୍ରାହକଙ୍କୁ ରୋଗ ବାଣ୍ଟୁଛି।

ହେଲେ କଣ ଆପଣ ଜାଣିଛନ୍ତି ଆପଣ ଚା ପିଇବା ପାଇଁ ଯେଉଁ କାଗଜ କପର ବ୍ୟବହାର କରୁଛନ୍ତି ତାହା ବିଷ ସହ ସମାନ .., ଆପଣଙ୍କ ପାଇଁ ମଧ୍ୟ କ୍ଷତିକାରକ । ଥରୁଟିଏ ବ୍ୟବହାର କରି ଫିଙ୍ଗି ଦିଆଯାଉଥିବା ଏହି କାଗଜ କପରେ ଚା ଓ କଫି ଭଳି ଗରମ ପାନୀୟ ପିଇବା ସ୍ୱାସ୍ଥ୍ୟ ପାଇଁ ନିରାପଦ ନୁହେଁ। ଭବିଷ୍ୟତରେ ଏହା ଆମ ଶରୀରରେ ସୃଷ୍ଟି କରିପାରେ କର୍କଟ ରୋଗ! କାଗଜ କପରେ ଦୈନିକ ତିନି ଥର ଚା ପିଉଥିବା ବ୍ୟକ୍ତିର ଶରୀରରେ ୭୫,୦୦୦ ଅଣୁପ୍ଲାଷ୍ଟିକ୍ (ମାଇକ୍ରୋ ପ୍ଲାଷ୍ଟିକ୍) ଖଣ୍ଡ ପ୍ରବେଶ କରିଥାଏ। ଯାହା ଖଡ଼ଗପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ଖଡ଼ଗପୁର ପକ୍ଷରୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଡିସପୋଜେବଲ୍ ପେପର କପରେ ଚା ପିଇବା ସେତିକି କ୍ଷତିକର ଯେତିକି ପ୍ଲାଷ୍ଟିକ କପରେ ଚା ପିଇବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ। ଅଧ୍ୟୟନରୁ ଜଣାପଡିଛି ଯେ ଏହି କପଗୁଡିକ, ଯାହା ପ୍ରାୟତ ଗୋଟିଏ ଗୋଟିଏ ବ୍ୟବହାର ପରେ ଫୋପାଡି ଦିଆଯାଏ, ଏଥିରେ ବହୁ ପରିମାଣର ପ୍ଲାଷ୍ଟିକ୍ ରହିଥାଏ, ଯାହା ଉତ୍ତାପର ସମ୍ମୁଖୀନ ହେଲେ ରାସାୟନିକ ପଦାର୍ଥ ମୁକ୍ତ କରିଥାଏ।

ଖଡ଼ଗପୁର ଆଇଆଇଟିର ଆସୋସିଏଟ୍ ପ୍ରଫେସର୍ ସୁଧା ଗୋଏଲ୍ କହନ୍ତି, କାଗଜ କପର ବିପଜ୍ଜନକ ପରିଣାମ ଉପରେ ଆମେ ଭଲ ଭାବେ ଅବଗତ ନାହାନ୍ତି। କାଗଜ କପର ଭିତର ପଟେ ପାଣି ନ ଲାଖିବା ପାଇଁ ରସାୟନର ଏକ ପତଳା ଆବରଣ ଦିଆଯାଇଥାଏ, ଯାହାକି ସାଧାରଣତଃ ପ୍ଲାଷ୍ଟିକ୍ ବା ପଲିମରର୍ରୁ ତିଆରି ହୋଇଥାଏ। ଏହି ପରସ୍ତ ଯୋଗୁ କପରେ ପାନୀୟ ଢଳାଯିବା ପରେ କାଗଜ ଓଦା ହୁଏ ନାହିଁ ଏବଂ କପ୍ଟି ପାନୀୟକୁ ଧରି ରଖେ। ଗରମ ପାନୀୟ ଢଳାଯିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ଏହି ପ୍ଲାଷ୍ଟିକ୍ ପରସ୍ତ ପ୍ରତିକ୍ରିୟାଶୀଳ ହୋଇ କ୍ଷୟ ପାଇଥାଏ। ଯାହାର ଅଂଶ ପାନୀୟକୁ ବିଷାକ୍ତ କରିଥାଏ। ତେଣୁ କାଗଜ କପରେ ଦୈନିକ ୩ କପ୍ ଚା ବା କଫି ପିଉଥିବା ବ୍ୟକ୍ତିର ଶରୀରରେ ପ୍ରାୟ ୭୫ ହଜାର ଖଣ୍ଡ ଅଣୁପ୍ଲାଷ୍ଟିକ୍ ପ୍ରବେଶ କରିଥାଏ। ଏହି ଅଣୁପ୍ଲାଷ୍ଟିକ୍ ସବୁ ଖାଲି ଆଖିରେ ଦେଖାଯାଏ ନାହିଁ। କିନ୍ତୁ ଶରୀର ପାଇଁ ଏହା ବହୁ ବପଦ ସୃଷ୍ଟି କରେ।

Get real time updates directly on you device, subscribe now.