fbpx

ଦୁର୍ଗା ପୂଜାରେ ପୋଲିସକୁ ମିଳିଲା ବଡ଼ ସଫଳତା; ଜବତ କଲା ୨ ହଜାର କୋଟି ଟଙ୍କାର କୋକେନ୍

ନୂଆଦିଲ୍ଲୀ: ଡ୍ରଗ୍ସ ବିରୋଧୀ ଅଭିଯାନରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ କୁ ପୁଣି ବଡ଼ ସଫଳତା ମିଳିଛି। ରମେଶ ନଗର ଅଞ୍ଚଳରେ ଥିବା ଗୋଦାମରୁ ୨୦୦୦ କୋଟି ଟଙ୍କାର କୋକେନ୍ ଜବତ କରିଛି ପୁଲିସ। ପ୍ରାୟ ୨୦୦ କେଜି ଡ୍ରଗ୍ସ ଜବତ ହୋଇଛି। ସପ୍ତାହକ ମଧ୍ୟରେ ଦିଲ୍ଲୀ ପୁଲିସକୁ ମିଳିଥିବା ଏହା ହେଉଛି ଦ୍ୱିତୀୟ ବଡ଼ ସଫଳତା। ଗତ ସପ୍ତାହରେ ମହିପାଳପୁରରୁ ୫୬୦ କେଜି କୋକେନ୍ ଜବତ ହୋଇଥିଲା। ଯାହାର ମୂଲ୍ୟ ପାଖାପାଖି ୫୦୦୦ କୋଟି ଟଙ୍କା ଥିଲା।

୫୦୦୦ କୋଟି ର ଏହି ଡ୍ରଗ୍ସ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସିଣ୍ଡିକେଟ ସହ ଜଡିତ ସପ୍ତମ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ହାପୁରବାସିନ୍ଦା ଅଖଲଖ। ଅଖଲଖଙ୍କୁ ପଚରାଉଚରା କରିବା ପରେ ସ୍ପେଶାଲ ସେଲ୍ ଦିଲ୍ଲୀର ରମେଶ ନଗରରେ ଚଢ଼ାଉ କରି ୨୦୦ କେଜି କୋକେନ୍ ଜବତ କରିଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଏହି ପୂରା ସିଣ୍ଡିକେଟ୍ ସହ ଜଡ଼ିତ ସମସ୍ତ ଦିଗରୁ ତଦନ୍ତ କରୁଛି। ଏହି ମାମଲାରେ ମାଲବାହୀ ମାର୍ଗରୁ ରାସ୍ତା ପର୍ଯ୍ୟନ୍ତ ତଦନ୍ତ ଚାଲିଛି।

ସପ୍ତମ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଡ୍ରଗ୍ସ ସିଣ୍ଡିକେଟରେ ତାଙ୍କର ଭୂମିକା ଏବେ ପରିବହନ କୁ ନେଇ ସାମ୍ନାକୁ ଆସୁଛି। ରମେଶ ନଗରର ଗୋଦାମରେ ଡ୍ରଗ୍ସ ରଖିଥିବା ବ୍ୟକ୍ତି ଜଣକ ବ୍ରିଟେନର ନାଗରିକ ଏବଂ ଏଠାରେ କୋକେନ୍ ରଖି ସେ ଫେରାର ହୋଇଯାଇଥିଲେ। ଅଖଲଖଙ୍କୁ ପଚରାଉଚରା କରିବା ପରେ ହିଁ ପୋଲିସ ଏହି ବ୍ରିଟେନ ନାଗରିକଙ୍କ ବିଷୟରେ ସୂଚନା ପାଇଥିଲା ।

Get real time updates directly on you device, subscribe now.