fbpx

କେବେ ପାଳନ ହେବ ମହାନବମୀ? ନବରାତ୍ରୀର ନବମୀରେ କ’ଣ କରିବା ଉଚିତ୍, କ’ଣ ନୁହେଁ?

ଓଡ଼ିଶା ଭାସ୍କର: ଦେବୀ ଦୁର୍ଗା ହେଉଛନ୍ତି ଏହି ସଂସାରର ଆଧାର । ଏବେ ନବରାତ୍ରୀର ପାର୍ବଣ ଋତୁ ଚାଲିଛି । ୯ ଦିନ ପର୍ୟ୍ୟନ୍ତ ମା’ ଦୁର୍ଗାଙ୍କୁ ସହୃଦୟରେ ଡାକିବା ଦ୍ୱାରା ମନରୁ ଭୟ, ରୋଗ, ଦୋଷ ଆଦି ଦୂର ହୋଇଥାଏ । ନବରାତ୍ରୀରେ ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ୱ ରହିଛି, କିନ୍ତୁ ଅଷ୍ଟମୀ ଓ ନବମୀ ତିଥି ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ମାନ୍ୟତା ରହିଛି । ଶାସ୍ତ୍ର ଅନୁସାରେ, ଏହି ୨ ଦିନରେ ଦେବୀ ମା’ଙ୍କ ଉପାସନା କରିବାର ଫଳ ସମ୍ପୂର୍ଣ୍ଣ ନବରାତ୍ରୀର ପୂଜା-ବ୍ରତ ସହ ସମାନ ହୋଇଥାଏ । ଆସନ୍ତୁ ଜାଣିବା ଶାରଦୀୟ ନବରାତ୍ରୀର ନବମୀ କେଉଁ ଦିନ ପଡୁଛି ଓ ଏହି ଦିନର କ’ଣ ରହିଛି ମହତ୍ତ୍ୱଟ୍ଟ

ନବରାତ୍ରୀର ନବମୀ କେବେ ?

ହିନ୍ଦୁ ପାଞ୍ଜି ହିସାବରେ, ଚଳିତବର୍ଷ ଅଷ୍ଟମୀ ବ୍ରତ ୧୧ ଅକ୍ଟୋବର ଶୁକ୍ରବାର ପାଳନ ହେବ । ଅଷ୍ଟମୀ ତିଥି ଶୁକ୍ରବାର ସକାଳ ୬ଟା ୫୨ ମିନିଟ ପର୍ଯ୍ୟନ୍ତ ରହିବ ଏହାପରେ ନବମୀ ହେବ । ଯଦି ଅଷ୍ଟମୀ ବ୍ରତ ରଖିବାକୁ ଚାହୁଁଛନ୍ତି ତେବେ ବ୍ରତ 11 ତାରିଖରେ ରଖନ୍ତୁ ଏବଂ ୧୨ ଅକ୍ଟୋବର ନବମୀ ସକାଳ ୬ଟା ୫୨ ମିନିଟରେ ଭଙ୍ଗ ହେବ । 12 ତାରିଖରେ ପାଳିତ ହେବ ବିଜୟା ଦଶମୀ । ଚଳିତବର୍ଷ ଅଷ୍ଟମୀ ଯୁକ୍ତ ନବମୀ ୧୧ ଅକ୍ଟୋବର ଶୁକ୍ରବାରରେ ପଡୁଛି । ତେଣୁ ଏହିଦିନ ହିଁ ଉପବାସ କରିବେକୁ ପରାମର୍ଶ ଦିଆଯାଇଛି । ଦଶମୀ 12 ଏବଂ 13 ତାରିଖ ପଡୁଥିବା ବେଳେ ଏହା 12 ତାରିଖରେ ହିଁ ପାଳନ ହେବ ବୋଲି କୁହାଯାଇଛି ।

  • ଅଶ୍ୱିନୀ ଶୁକ୍ଳ ପକ୍ଷର ନବମୀ ତିଥି ନବରାତ୍ରୀ ମହୋତ୍ସବର ଶେଷ ଦିନ । ଏହି ଦିନ ମା’ ଦୁର୍ଗାଙ୍କ ନବମ ସ୍ୱରୂପ ସିଦ୍ଧିଦାତ୍ରୀଙ୍କ ପୂଜା କରାଯାଇଥାଏ ।
  • ମହାନବମୀ ଦିନ କନ୍ୟା ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ୯ ଝିଅଙ୍କୁ ଏହି ଦିନ ଭୋଗ ନପାଇଁ ନିମନ୍ତ୍ରଣ କରିବା ଉଚିତ୍ । ସେମାନଙ୍କୁ ମା ଦୁର୍ଗାଙ୍କ ୯ଟି ରୂପ ଭାବି ପୂଜା କରିବା ଉଚିତ୍ । ପୂଜା ଓ ଖାଇବା ପରେ ସେମାନଙ୍କୁ କିଛି ଉପହାର ଦେବା ଉଚିତ୍ । କୁହାଯାଏ କି, କନ୍ୟା ପୂଜା କରିବା ଦ୍ୱାରା ସମ୍ପୂର୍ଣ୍ଣ ନବରାତ୍ରୀ ପୂଜା କରିବାର ଦୁଇଗୁଣା ଫଳ ମିଳିଥାଏ ।
  • ନବରାତ୍ରୀର ନବମୀ ଦିନ ଯଜ୍ଞ କରିବାର ବିଧି ରହିଛି । ଏଥିରେ ଦେବୀଙ୍କ ସାହସ୍ରନାମାର ଜପ କରି ଯଜ୍ଞରେ ଆହୁତି ଦିଆଯାଇଥାଏ । ମାନ୍ୟତା ରହିଛି କି, ଯଜ୍ଞ କରିବା ଦ୍ୱାରା ୯ ଦିନର ଜପର ଫଳ ଅନେକ ଗୁଣ ଓ ଶୀଘ୍ର ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.