fbpx

ବିଶ୍ୱର ସର୍ବାଧିକ ମୃତ୍ୟୁଦଣ୍ଡ ଦେଉଥିବା ଦେଶ ତାଲିକାରେ ପାକିସ୍ତାନ ଆଗୁଆ, ସାଉଦୀକୁ ପଛରେ ପକାଇଲା

ନୂଆଦିଲ୍ଲୀ: ପାକିସ୍ତାନ ବିଶ୍ୱର ସବୁଠୁ ଅଧିକ ମୃତ୍ୟୁଦଣ୍ଡ ଦେଉଥିବା ଦେଶରେ ସାମିଲ ହେଲା। ବିଶ୍ୱ ସ୍ତରରେ ମୃତ୍ୟୁର ଦଣ୍ଡ ସାମ୍ନା କରୁଥିବା କଏଦୀରେ ୨୬ ପ୍ରତିଶତ ପାକିସ୍ତାନ ଅଟେ। ଏକ ଅଣ ସରକାରୀ ସଂଗଠନ ଦ୍ୱାରା ଗୁରୁବାର ଜାରି ରିପୋର୍ଟରେ ଏହି ସୂଚନା ଦିଆଯାଇଥିଲା। ଲିଗାଲ ଆକ୍ସନ ଗ୍ରୁପ ଜଷ୍ଟିସ ପ୍ରୋଜେକ୍ଟ ପାକିସ୍ତାନ ନିଜର ବାର୍ଷିକ ରିପୋର୍ଟରେ କହିଥିଲା ଯେ, ୨୦୨୪ରେ ସମୁଦାୟ ୬,୧୬୧ କଏଦୀ ମୃତ୍ୟୁ ଦଣ୍ଡ ର ସାମ୍ନା କରୁଛନ୍ତି। ସେହିପରି ୨୦୨୩ ମସିହାରେ ଏହି ସଂଖ୍ୟା ୬ ହଜାର ୦୩୯ ଥିଲା। ସେହିପରି ଏହି ସଂଖ୍ୟା ପୂର୍ବ ଅପେକ୍ଷା ଭିନ୍ନ ଅଟେ, ୨୦୨୨ରେ ମୃତ୍ୟୁଦଣ୍ଡ ସାମ୍ନା କରିଥିବା ଲୋକଙ୍କ ସଂଖ୍ୟା ୩ ହଜାର ୨୨୬ ଥିଲା।

ଲାହୋର ସ୍ଥିତ ଏନଜିଓ ୨୨ତମ ବିଶ୍ୱ ମୃତ୍ୟୁଦଣ୍ଡ ବିରୋଧୀ ଦିବସରେ ନିଜର ବାର୍ଷିକ ରିପୋର୍ଟର ତୃତୀୟ ସଂସ୍କରଣ ଜାରି କରିଛି, ଯାହାର ଶୀର୍ଷକ, ପାକିସ୍ତାନରେ ମୃତ୍ୟୁଦଣ୍ଡ: ମୃତ୍ୟୁଦଣ୍ଡର ଡାଟା ବିଶ୍ଳେଷଣ’। ଏପରି କଏଦୀଙ୍କ ସବୁଠୁ ଅଧିକ ସଂଖ୍ୟା ୨ହଜାର ୫୦୫ ପଞ୍ଜାବ ସୀମାର ଅଟନ୍ତି। ଜେପିପିର ସଂଖ୍ୟାରୁ ଏହା ମଧ୍ୟ ଜଣାପଡିଛି ଯେ, ପାକିସ୍ତାନ ମୃତ୍ୟୁଦଣ୍ଡର ସବୁଠୁ ଅଧିକ ବ୍ୟବହାର କରୁଥିବା ଦେଶ ମଧ୍ୟରୁ ଅନ୍ୟତମ। ସଂଖ୍ୟାରେ କୁହାଯାଇଛି ଯେ, ବିଶ୍ୱ ସ୍ତରରେ ମୃତ୍ୟୁଦଣ୍ଡର ସାମ୍ନା କରୁଥିବା କଏଦୀମାନଙ୍କ ମଧ୍ୟରୁ ୨୬ ପ୍ରତିଶତ ପାକିସ୍ତାନର ଅଟନ୍ତି।

ଜେଜେପି ରିପୋର୍ଟ ମୁତାବକ ପାକିସ୍ତାନରେ ମୃତ୍ୟୁଦଣ୍ଡ ପାଉଥିବା କଏଦୀଙ୍କ ସଂଖ୍ୟା ସାରା ବିଶ୍ୱରେ ୧୩ ପ୍ରତିଶତ ଅଟେ। ଏନଜିଓର ରିପୋର୍ଟ ଅନୁସାରେ, ୨୦୦୪ରେ ଏପର୍ଯ୍ୟନ୍ତ ପାକିସ୍ତାନରେ ପାଖାପାଖି ୪ ହଜାର ୫୦୦ ଲୋକଙ୍କ ମୃତ୍ୟୁ ଘଟିଛି, ଅର୍ଥାତ ପ୍ରତି ଦିନ ଜଣେ ବ୍ୟକ୍ତିଙ୍କୁ କୋର୍ଟ ଏହି ଦଣ୍ଡ ଶୁଣାଣି କରିଛି। ବିଶ୍ୱରେ ମୃତ୍ୟୁଦଣ୍ଡ ଶୁଣାଣି ହେଉଥିବା ପ୍ରତି ୭ଟି ବ୍ୟକ୍ତି ଏବଂ ବିଶ୍ୱର ମୃତ୍ୟୁଦଣ୍ଡ ପାଉଥିବା ପ୍ରତି ୮ଜଣ ବ୍ୟକ୍ତି ପାକିସ୍ତାନୀ ଅଟନ୍ତି।

Get real time updates directly on you device, subscribe now.